ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଲମପୁର ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ କଲମପୁର କଲ୍ୟାଣ ମଣ୍ଡପ ଠାରେ ବିଜୁବାବୁଙ୍କ ୧୦୫ତମ ଜନ୍ମଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ସମୁଦାୟ ୭୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି | ଏହି ରକ୍ତଦାନ ଶିବିରରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ, ଯୁବ ବିଜେଡି ସଭାପତି ଶ୍ରୀଯୁକ୍ତ ଆଦିତ୍ୟ ନନ୍ଦ, ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୁ ଛାତ୍ର ଜନତା ଦଳ ଶ୍ରୀଯୁକ୍ତ ଅବିନାଶ ଠାକୁର, ରାଜ୍ୟ ଯୁବ ବିଜେଡି ଉପସଭାପତି ଶ୍ରୀ ମଣ୍ଟୁ ନାଏକ, ବଲାଙ୍ଗୀର ଜୋନ ସଭାପତି ବିଜୁ ଯୁବ ଜନତା ଦଳ ଶ୍ରୀ ମନିନ୍ଦ୍ର ମହାନ୍ତି, ଓଡିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଶ୍ରୀ ପ୍ରଦୀପ ଦାସ , କଲମପୁର ବ୍ଳକ ବିଜେଡି ସଭାପତି ଶ୍ରୀ ନବୀନ ପଣ୍ଡା, ଜିଲ୍ଲା ମହିଳା ସଭାନେତ୍ରୀ କଲ୍ୟାଣୀ ନାଏକ, ବିଧାୟକ ପ୍ରତିନିଧି ଶ୍ରୀ ସଦାନନ୍ଦ ଚନ୍ଦନ, ବ୍ଲକ ଅଧ୍ଯକ୍ଷା ଶ୍ରୀମତୀ ମଞ୍ଜୁଳା ସାହୁ, ଯୁବନେତା ଶ୍ରୀ ମାନସ ରଞ୍ଜନ ବାଗ, ବ୍ଳକ ଯୁବ ବିଜେଡି ସଭାପତି ଶ୍ରୀ ମନୋଜ ନାଏକ, ବ୍ଳକ ଛାତ୍ର ସଭାପତି ଶ୍ରୀ ମୁକେଶ ପାତ୍ର, ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ମନୋରଞ୍ଜନ ମୁଣ୍ଡ, ଛାତ୍ର ସମ୍ପାଦକ ଉମାକାନ୍ତ ସୁନା ପ୍ରମୁଖ ଯୋଗଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ ।

Comments
Loading...