କଳାରୁଦ୍ର ଯୁବକ ସଂଘ ପକ୍ଷରୁ ପକ୍ଷୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା କ୍ଷେତ୍ରର କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଓ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ହଜାରୀପଡା ଗ୍ରାମରେ କଳାରୁଦ୍ର ଯୁବକ ସଂଘ ର ମିଳିତ ଆନୁକୂଲ୍ୟରେ ପକ୍ଷୀ ଓ ଅନ୍ୟାନ ବନ୍ୟଜନ୍ତୁ କିପରି ସୁରକ୍ଷା ଭାବରେ ରହିପାରିବେ ସେହି ବିଷୟରେ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଜଙ୍ଗଲ ର ଗଛ କାଟିବା ଓ ନିଆଁ ଲଗାଇବା ଦ୍ୱାରା ଦୁନିଆ ଏବଂ ବିଭିନ୍ନ ପଶୁ ପକ୍ଷୀ ଙ୍କୁ କେଉଁ ପ୍ରଭାବ ପଡୁଛି ଏବଂ ଏହାର କିପରି ଉଚିତ ଯତ୍ନ ନେବା ସେବିଷୟରେ ଗ୍ରାମର ପୂର୍ବତନ ଜଙ୍ଗଲ ଜଗୁଆଳି ଶ୍ରୀ ଶ୍ୟାମରାଜ ସାହୁ ବୁଝାଇଥିଲେ l ସଭା ଶେଷରେ ଏହି ଗ୍ରୀଷ୍ମ ଋତୁ ରେ ବିଭିନ୍ନ ପଶୁପକ୍ଷୀ ପିଇବା ପାଣି ପାଇଁ ବିକଳିତ ହୁଅନ୍ତି ତେଣୁ ପକ୍ଷୀ ମାନଙ୍କ ପାଇଁ ପ୍ରାୟ ପନ୍ଦର ଟି ମାଟି ହାଣ୍ଡିରେ ପାଣି ଭରି ଗଛରେ ଝୁଲାଇ ଥିଲେ ଓ ଗୃହ ପାଳିତପଶୁ ଓ ବନ୍ୟ ପଶୁ ମାନଙ୍କ ପାଇଁ ପାଣି ଭରିବା ପାଇଁ ଗାତ ର ସୁବିଧା କରିଥିଲେ ! ଉକ୍ତ ବୈଠକରେ ସ୍ଥାୟୀ ସଭାପତି ସନତ ସାହୁ, ସମ୍ପାଦକ ସଂଜୀବ ସାହୁ, ଦୟାନିଧି ସାହୁ, ତୁଷ୍ମନ୍ତ ସାହୁ, ଲଳିତ ସାହୁ ଓ ପିଣ୍ଟୁ ସାହୁ ସମେତ ଗ୍ରାମର ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ !

Comments
Loading...