ସହଯୋଗ ର ହାତ ବଢାଇଲେ ବିଜେଡି ଦଳ ର ଜିଲ୍ଲା ଉପସଭାପତି ଶ୍ରୀ ବାବୁଲି ମଣ୍ଡଳ

କଳାହାଣ୍ଡି (କୋଶଲ ନ୍ୟୁଜ) କର୍ଲାମୁଣ୍ଡା ବ୍ଲକ ର ଜୋରାଡ଼ବରା ପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମ ର ପୂର୍ଣ୍ଣଚନ୍ଦ୍ର ସୁନା ବାହାର କୁ ଦାଦନ ଖଟିବା କୁ ଯାଇଥିଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା ଖବର ଶୁଣି ତାଙ୍କ ପତ୍ନୀ ସେବକି ସୁନା ବୟସ ୨୫ ଧର୍ଯ୍ୟ ହରା ହୋଇ ସନ୍ଧ୍ୟା ସମୟରେ ଟୁର୍ଚି ବ୍ରିଜ ଉପରୁ ଡେଇଁ କି ଆତ୍ମ ହତ୍ୟା କରିବାର ଉଦ୍ୟମ କରିଥିଲେ,ସକାଳ ସମୟରେ ଗ୍ରାମ ଲୋକ ଜାଣିବାକୁ ପାଇଥିଲେ ବ୍ରିଜ ଉପରୁ ପଡି ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା ଅର୍ଥ ଅଭାବରୁ ୩ ଦିନ ଛାଡି ତାଙ୍କର ଅଧା ଏକର ଜମି କୁ ୪୦ ହଜାର ଟଙ୍କାରେ ବନ୍ଧା ପକାଇ ଭବାନୀପାଟଣା ମାଁ ମାଣିକେଶ୍ବରୀ ମଲ୍ଟିସ୍ପେସିଆଲିଷ୍ଟ ଡାକ୍ତରଖାନା ଚିକିତ୍ସା ପାଇଁ ଆଣିଥିଲେ,ବିଭିନ୍ନ ଗଣ ମାଧ୍ୟମ ଓ ନିୟୁଜ ପେପର ରେ ପ୍ରକାଶ ପାଇଥିଲା l ପରେ ଉକ୍ତ ରୋଗୀ ଙ୍କ ଦେଢଶୁର ଜଗଦୀଶ ସୁନା ଓ ଗ୍ରାମ ର ଅଙ୍ଗନୱାଡି ସ୍ୱରସ୍ୱତୀ ଉକ୍ତ ବିଷୟରେ କଳାହାଣ୍ଡି ଜିଲ୍ଲା ବିଜେଡି ଉପ-ସଭାପତି ଶ୍ରୀ ଚିତ୍ତରଞ୍ଜନ ମଣ୍ଡଳ(ବାବୁଲି) ଙ୍କୁ ଫୋନ ଯୋଗେ ଜଣାଇବା ପରେ ଶ୍ରୀ ମଣ୍ଡଳ ଡାକ୍ତରଖାନା କୁ ଜାଇ ରୋଗୀଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିଥିଲେ, ପରେ ରୋଗୀଙ୍କ ହିମୋଗ୍ଲୋବିନ କମ ଥିବାରୁ ରକ୍ତ ର ଆବଶ୍ୟକତା ପଡିଥିଲା ଶ୍ରୀ ମଣ୍ଡଳ ଜାଣିବା ପରେ ୨ ୟୁନିଟ ରକ୍ତ ର ବ୍ୟବସ୍ତା କରାଇଥିଲେ lଉକ୍ତ ଡାକ୍ତରଖାନାରେ ଆଗରୁ ୪୦ ହଜାର ଟଙ୍କା ଜମା କରିଥିବା ସର୍ତ୍ତେ ବି ଚିକତ୍ସା ରେ ୫୦ ହଜାର ରୁ ଅଧିକ ଖର୍ଚ୍ଚ ହୋଇସାରିଛି । ଶ୍ରୀ ମଣ୍ଡଳ ଡାକ୍ତରଖାନା ର କତୃପକ୍ଷ ଙ୍କ ସହ ଆଲୋଚନା କଲାପରେ କିଛି ରାଶି କମ କରିବେ ବୋଲି କତୃପକ୍ଷ ରାଜି ହୋଇଥିଲେ ଏବଂ ସେବକି ଅତିଶୀଘ୍ର କେମିତି ସୁସ୍ଥ ହୋଇ ଘରକୁ ଯିବେ ଓ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଶ୍ରୀ ମଣ୍ଡଳ ପ୍ରତିଶୃତି ଦେଇଛନ୍ତି ।

Comments
Loading...