ବିନା ସୂଚନା ଫଳକରେ ଚାଳିଛି ଚେକ ଡ୍ୟାମ କାମ

କଳାହାଣ୍ଡି(କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମପଞ୍ଚାୟତର ସରଧାପୁର ଗ୍ରାମରେ ଚାଳିଛି ଚେକ ଡ୍ୟାମ କାମ କିନ୍ତୁ ନାହିଁ କୌଣସି ସୂଚନା ଫଳକ।କିଭଳି ଭାବରେ ବିନା ସୂଚନା ଫଳକରେ ଏହି ଚେକ ଡ୍ୟାମ କାର୍ଯ୍ୟ ଚାଳିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସରକାରଙ୍କ ନିୟମ ଅନୁଯାୟୀ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସୂଚନା ଫଳକ ତିଆରି କରି ସବୁକିଛି ଉଲ୍ଲେଖ ପରେ ସାଧାରଣତଃ କାର୍ଯ୍ୟ ଆରମ୍ଭ କରଯାଏ କିନ୍ତୁ ଏଠାରେ ଏହାର ପୂରାପୂରି ଉଲ୍ଲଘଂନ କରାଯାଇଛି କାହିଁକି?ଏଥିରେ କିଛି ରହସ୍ୟ ରହିଛି କି? ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସେ ଚେକ୍ ଡ୍ୟାମ କାର୍ଯ୍ୟ କରିବା ପାଇଁ ଗତବର୍ଷ ଅଲଗା ଏକ ସୂଚନା ଫଳକ ତିଆରି କରାଯାଇଥିଲା।କିନ୍ତୁ ବର୍ତ୍ତମାନ କାର୍ଯ୍ୟ ଅନ୍ୟ ଏକ ସ୍ଥାନରେ ଆରମ୍ଭ କରାଯାଇଛି।ଏହାର କାରଣ କଣ? ଏହାକୁ ତୁରନ୍ତ ତଦନ୍ତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏହି କାର୍ଯ୍ୟ ପାଇଁ ଅନ୍ୟ ସ୍ଥାନରୁ ଶ୍ରମିକ ଆଣି ଠିକାଦାର କାମ କରାଉଥିବା ଦେଖିବାକୁ ମିଳିଛି।

ଏହି ସବୁ ତଥ୍ୟ ଆଧାର କରି ଦେଖିଲେ ଯାହା ଜଣାଯାଏ ଯେ ଏଥିରେ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ କିଛି ମଧୁ ଚନ୍ଦ୍ରିକା ଅଛି କି? କି ଏହା ଲାଭ ଖୋର ମନୋଭାବ ରଖି ଏହିପରି କାର୍ଯ୍ୟ ହେଉଛି ଏହା ସାଧାରଣ ଲୋକେ ଆଲୋଚନା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।

Comments
Loading...