ବାଲିପଡ଼ା ସ୍ଥିତ ଭାନପୁର ଗ୍ରାମ ପଂଚାୟତ ଗ୍ରାହକ ସେବା କେନ୍ଦ୍ର ରେ ଗ୍ରାହକ ଶୋଷିତ

କଳାହାଣ୍ଡି (କୋଶଲ ନ୍ୟୁଜ୍): ଭାରତୀୟ ଷ୍ଟେଟ ବ୍ୟାଙ୍କର ଭିଡକୁ ଅନୁଧ୍ୟାନ କରି ଜୋନାଳ ଅଫିସ ପ୍ରତ୍ୟେକ ପଞ୍ଚ।ୟତରେ ଗୋଟିଏ ଗୋଟିଏ ଜନସେବା କେନ୍ଦ୍ର ତଥା ଶାଖାମାନ ଖୋଲି ଜନସାଧାରଣ ଙ୍କୁ ସେବା ଦେବା ପାଇଁ ନିର୍ଦେଶ ମାନ ଦିଆଯାଇଛି । ଏହି କ୍ରମରେ ନର୍ଲା ବ୍ଲକ ଭାନପୁର ଗ୍ରାମ ପଂଚାୟତ କୋଡ଼ 3A760045 ରେ ଚନ୍ମୟ କୁମାର ଦାଶ ନାମକ ଜଣେ ଯୁବକ ବାଲିପଡ଼ା ଠାରେ ଜନ ସେବା କେନ୍ଦ୍ର ଖୋଲି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି l ଗତ କିଛିଦିନ ତଳେ ଜଣେ ମହିଳା ବାଲିପଡ଼ା ଠାରେ ଥିବା ଏହି ଜନସେବା କେନ୍ଦ୍ରକୁ ଯାଇ ଏଟିଏମ ମାଧ୍ୟମରେ ୫୦୦୦ ପାଞ୍ଚ ହଜାର ଟଙ୍କା ଉଠାଇ ଥିଲେ l ସେହି ମହିଳା ଜଣକ ୫ହଜାର ଉଠାଇବାରୁ ତାଙ୍କୁ ୫0 ଟଙ୍କା କାଟିକି ଦେବାରୁ କାହିଁକି ପଚାଶ ଟଙ୍କା କାଟୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଏହା ସାରବିଶ ଚାର୍ଜ ବୋଲି କହିଥିଲେ l ସେହିଭଳି ଅନ୍ୟ ଜଣେ ମହିଳା 30000 ଟଙ୍କା ଉଠାଇବାରୁ ତାଙ୍କ ଠାରୁ ମଧ୍ୟ ସାର୍ବିସ ଚାର୍ଜ ବାବଦକୁ 300 ଟଙ୍କା କାଟିଥିବା ଅଭିଯୋଗ ହେଉଛି l ଏଠାରେ ସୂଚନା ଯୋଗ୍ୟ ଯେ ସ୍ଥାନୀୟ ଅଂଚଳ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କିମ୍ବା ତାଙ୍କ ଗ୍ରାହକ ସେବା କେନ୍ଦ୍ର ରେ ଖୋଲି ଥିବା ସଂଚୟ ଖାତାରେ ଟଙ୍କା ଜମା କିମ୍ବା ଉଠାଣ ରେ କୌଣସି ଅତିରିକ୍ତ ସେବା ଖର୍ଚ୍ଚ ଦେବାକୁ ପଡ଼େନାହିଁ l

ଅନ୍ୟ ବ୍ୟାଙ୍କ ର ଖାତା କୁ ଟଙ୍କା ଜମା କଲେ ବ୍ୟାଙ୍କ ସେବାକର ଦେବାକୁ ପଡିଥାଏ l ହେଲେ ଏଠାରେ ଭାନପୁର ଗ୍ରାମ ପଂଚାୟତ କୋଡ଼ ରେ ଖୋଲି ଥିବା ଅଧିକାରୀ ଚିନ୍ମୟ କୁମାର ଦାସ କିଭଳି ଭାବେ ମନ ଇଛା ଗ୍ରାହକ ଙ୍କ ଠାରୁ ସେବାକର ଆଦାୟ କରି ନିରୀହ ଗ୍ରାହକ ଙ୍କୁ ଶୋଷଣ କରୁଥିବା ଅଭିଯୋଗ କୁ ଗୁରୁତର ଭାବେ ବ୍ୟାଙ୍କ ଓ ଜୋନାଲ ଅଫିସ ତରଫରୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧି ଜୀଵୀ ମହଲ ରୁ ଦାବୀ ହେଉଛି l

Comments
Loading...