ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରେ ଶ୍ରୀମତ ଉଦୟ ନାଥ ବାବାଙ୍କ ଆଗମନ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଭକ୍ତିରେ ଭାବ ସୃଷ୍ଟି ହୁଏ, ଓ ଭକ୍ତ ଏବଂ ଭଗବାନଙ୍କ ମିଳନରେ କିପରି ଆଗ୍ରହ ପ୍ରକାଶ ପାଇଁ ଥାଏ, ତାହା ଆଜିକାର ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାରେ ଦେଖିବାକୁ ମିଳିଥିଲା, ଏହି ଅବସରେ ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଆଜି ବହୁ ସ୍ଥାନରେ ଦେବସ୍ନାନ ପୂର୍ଣ୍ଣିମା ଭକ୍ତ ଙ୍କ ଦ୍ଵାରା।ପାଳିତ ହୋଇଯାଇଛି, ଏହି ଅବସରେ କଳାହାଣ୍ଡି ଜିଲ୍ଲାର ଗୋଳାମୁଣ୍ଡା ବ୍ଲକ ସ୍ଥିତ ଫରଙ୍ଗ ପଞ୍ଚା ୟତର କରଲା ଗୁଡା ନିକଟସ୍ଥ ଚୁରାପାହାଡ଼ ଶିବମନ୍ଦିର ନିକଟରେ ଶ୍ରୀମତ ମନାତ୍ମକ ବାବାଙ୍କ ମଠରେ ଦେବସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା,ଉକ୍ତ ମଠ ଗତ ତା୨୪/୪/୨୦୧୨ମଙ୍ଗଳବାର ଦିନ ତପଭୂମି ଅଲେଖ ମହିମା ମଠ ଭାବରେ ସ୍ଥାପିତ ହୋଇଥିଲା, ଏବଂ କ୍ରମାଗତ ଭାବେ ଅନ୍ୟାନ୍ୟ ଆନୁଷଙ୍ଗିକ ପର୍ଵ ପାଳିତ ହେଉଥିବା ବେଳେ ଆଜିରଏହି ମହାନ ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ଅବସରେ ତାଙ୍କର ଗୁରୁ ଶ୍ରୀମତ ଉଦୟ ନାଥ ବାବା ଛତିଶଗଡ଼ ଜିଲ୍ଲା, କାଣ୍ଡସର ରୁ ଚୁରାପାହାଡ଼ ତପଭୂମିକୁ ଆଗମନ କରିଥିଲେ, ତାଙ୍କର ଏହି ଆଗମନରେ ବହୁ ଶିଷ୍ୟଙ୍କ ମିଳନ ହେବା ସହିତ ଆନନ୍ଦର ଉଲ୍ଲାସରେ ଘଣ୍ଟ ,ଶଙ୍ଖନାଦ ଓ ହୁଳହୁଳି ରେ ତପଭୂମି କମ୍ପିତ ଉଠିଥିଲା,ଏବଂ ତାଙ୍କର ଦର୍ଶନ ସକାଶେ ଦୂର ଦୁରାନ୍ତରୁ ଭକ୍ତ ମାନେ ଆସି ଲାଭ ଉଠାଇ ଥିଲେ I

Comments
Loading...