ଅସହାୟ ପରିବାର କୁ ସରକାରୀ ସୁବିଧା ଦେବାକୁ ଦାବି

କଳାହାଣ୍ଡି (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଥୁଆପଦର ପଞ୍ଚାୟତ ଡଙ୍ଗରିଗୁଡା ଗାଁ ର କ୍ଷୀରସିନ୍ଧୁ ଯାନୀ ଗତ ଦୁଇବର୍ଷ ତଳେ ସଡ଼କ ଦୁର୍ଘଟଣା ରେ ଦେହାନ୍ତ ହୋଇଥିଲା l ତାଙ୍କର ସ୍ତ୍ରୀ କୁମାରୀ ଯାନୀ ଓ ୨ ଶିଶୁ କପିଳାସ ଯାନୀ ହିରନ ଯାନୀ ଙ୍କୁ ନେଇ ଜୀବନ ଯାପନ କରୁଛନ୍ତି l କୁମାରୀ କୁଳି ମଜୁରୀ କରି ୨ ଶିଶୁଙ୍କୁ ବହୁତ କଷ୍ଟରେ ପୋଷୁଛନ୍ତି l ୨ ଶିଶୁଙ୍କୁ ଖାଇବାକୁ ଗଣ୍ଡାଏ ଦେବାପାଇଁ ସଂଘର୍ଷ କରୁଛନ୍ତି l ଭଲ ଘର ଖଣ୍ଡେ ନଥିବାରୁ ବର୍ଷl ମାସ ହେଲେ ବହୁତ କଷ୍ଟ ଭୋଗୁଛନ୍ତି କୁମାରୀ ଙ୍କ ପରିବାର l ୨ ଶିଶୁଙ୍କୁ ପଢାଇ ମଣିଷ କରିବାର ସପ୍ନ ଦେଖନ୍ତି ହେଲେ ଅର୍ଥ ନ ଥିବାରୁ ତାହା ମଧ୍ୟ ମଉଳି ଯାଉଛି l ବର୍ତମାନ ପିଲାମାନେ ଅନଲାଇନ ପାଠ ପଢ଼ୁଥିବା ବେଳେ ୨ ଛୁଆ ଙ୍କ ପାଖରେ ଫୋନ ନ ଥିବାରୁ ଅନଲାଇନ ପାଠ ପଢିପାରୁନାହାନ୍ତି l
ଏହି ଅସହାୟ ପରିବାର ଙ୍କୁ ସରକାରୀ ସହାୟତା ସହ ଆର୍ଥିକ ସହାୟତା ଓ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମ ବାସି ଓ ସମାଜସେବି ଯଶୋବନ୍ତ ରଣା ଜିଲ୍ଲା ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି l

Comments
Loading...