ବିଜୁ ଛାତ୍ର ଜନତା ପକ୍ଷରୁ ପାଣ୍ଡକୁଳରେ ମାକ୍ସ ବିତରଣ

କଳାହାଣ୍ଡି(କୋଶଲ ନ୍ୟୁଜ) ମହାମାରୀ କରୋନାର ଦ୍ୱିତୀୟ ଲହରରେ ଲୋକେ କରୋନା ର ସଚେତନତା ଥିଲେ ମଧ୍ୟ ଦଳ ଓ ସଂଗଠନ ପକ୍ଷରୁ ମାକ୍ସ ଓ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନେକ ଥରପ୍ରୟାସ ଜାରିହୋଇଛି। ଏହି ପରିପ୍ରେକ୍ଷୀରେ ଆମେ ଦେଖିବା ମିଳିଛି ଯେ ଓଡ଼ିଶାର ବର ପୁତ୍ର ମାନ୍ୟବର ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ଙ୍କ ଆହ୍ୱାନ କ୍ରମେ ଏବଂ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅବିନାଶ ଠାକୁର ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଗୋଳାମୁଣ୍ଡା ଛାତ୍ର ବିଜେଡି ସୋସିଆଲ ମେଡିଆ ଇନଚାର୍ଜ ଶ୍ରୀ ବିଶ୍ୱଜିତ ସେନାପତିଙ୍କ ନେତୃତ୍ୱରେ ଚିଚିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ରେ ଥିବା ପଣ୍ଡକୁଳ ଗ୍ରାମରେ ଛାତ୍ର ଜନତା ଦଳ ତରଫରୁ ମାସ୍କ ଓ ବିସ୍କୁଟ ବାଣ୍ଟିବା ସହ ଲୋକମାନଙ୍କୁ କରୋନା ବିଷୟରେ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଚକ୍ରଧର ଦୁର୍ଗା, ସୁରେଶ ସେନାପତି, ସୁନୀଲ ସେନାପତି ଓ ଚନ୍ଦନ ମହାନନ୍ଦପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଦେଖି ଗ୍ରାମ ବାସୀ ଧନ୍ୟବାଦ ଅର୍ପଣ ଜଣାଇଥିଲେ।

Comments
Loading...