ଯୁଦ୍ଧ କାଳୀନ ଭିତ୍ତି ରେ ସମାଧାନ କଲେ ଚାଷୀ ଙ୍କ ସମସ୍ୟା ଶ୍ରୀ ବାବୁଲି ମଣ୍ଡଳ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଖଲିଆପାଲି ସବ୍ ଧାନ ମଣ୍ଡି ରେ ଚାଷୀ ଙ୍କ ଧାନ ଉଠୁ ନଥିବା ସମସ୍ୟା ଜାଣିବା ପରେ ତୁରନ୍ତ ସହଯୋଗ ର ହାତ ବଢ଼େଇ ମୁହୂର୍ତ୍ତ କ ମଧ୍ୟରେ ସମସ୍ୟା ର ସମାଧାନ କରି ଚର୍ଚ୍ଚା ରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ ସଭାପତି ଶ୍ରୀଯୁକ୍ତ ଚିତ୍ତରଂଜନ ମଣ୍ଡଳ (ବାବୁଲି)। ଖଲିଆପାଲି ସବ୍ ମଣ୍ଡି ରେ କିଛି ମିଲର୍ସ ଚାଷୀ ଙ୍କ ଧାନ କୁ ୭ କେଜି ଲେଖାଏଁ କଟନି ଛଟନି ହିସାବରେ ଧାନ ଉଠେଇବା କୁ କହିବା ସହ ଜରି ଅଖା ବସ୍ତା ରେ ଧାନ ନ ଉଠେଇବାକୁ କହି ଚାଷୀଙ୍କୁ ବିଭିନ୍ନ ପ୍ରକାର ହଇରାଣ କରୁଥିବା କଥା ସାମ୍ନାକୁ ଆସିଥିଲା। ଏଣୁ ଉକ୍ତ ଚାଷୀ ମାନେ ବି ବିଭଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ସତ୍ତ୍ୱେ କୌଣଷି ସୁଫଳ ମିଳିନଲା ।

ପରେ ଅଂଚଳ ର ଚାଷୀ ମାନେ ଶ୍ରୀଯୁକ୍ତ ଚିତ୍ତରଂଜନ ମଣ୍ଡଳ ଙ୍କୁ ଜଣାଇ ଥିଲେ । ଯୁଦ୍ଧ କାଳୀନ ଭିତ୍ତି ରେ ବରିଷ୍ଠ ବିଭଗୀୟ ଅଧିକାରୀ ଏବଂ ମିଲର୍ସ ଙ୍କ ସହ ଏ ବିଷୟରେ ଆଲୋଚନା କରି ତୁରନ୍ତ ଚାଷୀଙ୍କ ଧାନ ଉଠେଇବାକୁ କହିଥିଲେ । ଫଳରେ ମିଲର୍ସ ମାନେ ଗାଡି ପଠେଇ ଧାନ ଉଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ । ସମସ୍ୟାର ସମାଧାନ ପରେ ସମସ୍ତ ଚାଷୀ ସହ ସମ୍ପୃକ୍ତ ଅଞ୍ଚଳ ବାସୀ ଶ୍ରୀ ମଣ୍ଡଳ ଙ୍କ ଏପରି ମହତ୍ କାର୍ଯ୍ୟ କୁ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇଛନ୍ତି।

Comments
Loading...