ବ୍ରଏଲର୍ କୁକୁଡା ଫାର୍ମ ରେ ନିଆଁ ଲାଗି ପାଉଁସ ହେଇଗଲା ୬ ସହ କୁକୁଡା

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖିଗୁଡା ସ୍ଥିତ ତାଳଗୁଡ ଗାଁରେ ଘଟିଛି ଏପରି ଅଘଟଣ I ଏହି ଗାଁର କେଶବ ବିଶି ନାମକ ଜଣେ ବ୍ଯକ୍ତିଙ୍କ ଏକ ବ୍ରଏଲର୍ କୁକୁଡା ଫାର୍ମ ରହିଥିବା ବେଳେ ବିଗତ ରାତ୍ରୀ ପ୍ରାୟ ୮ ଘଣ୍ଟା ସମୟରେ କେହି ଜଣେ ଦୁର୍ବୃତ୍ତ ନିଆ ଲଗାଇ ଚମ୍ପଟ ମାରିଥିବା ସଂଦେହ ଥିବା ମତପ୍ରକାଶ କରିଛନ୍ତି କେଶବ ବିଶି I

ତେବେ ଏନେଇ ଜୟାପାଟଣା ଥାନାରେ ଅଭିଯୋଗ କରିଛନ୍ତି କେଶବ ବିଶି I ଜୟପାଟଣା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି I

Comments
Loading...