ଗୋଲାମୁଣ୍ଡାସେକ୍ସନ ରେ ଦ୍ୱିତୀୟ ଦିନ ର ୭୨ ତମ ବନମହୋତ୍ସବ,ପାଳନ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଗୋଲାମୁଣ୍ଡା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡିଶା ସରକାର ଙ୍କ ନିଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ଅଧିନସ୍ଥ କେଗାଁ ବନାଞ୍ଚଳ ରେ ଥିବା ଗୋଲାମୁଣ୍ଡା ବନ ବିଭାଗ ତରଫରୁ 72ତମ ବନ ମହୋତ୍ସବ ଦିବସ ପାଳନ କରିଛି ଏହି ଦିନ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଡୁଡୁକେଲ ଗ୍ରାମର କାନ୍ଦୁଲ ଡୁଙ୍ଗରି ଠାରେ ଦଶ ହେକ୍ଟର ବିଶିଷ୍ଟ ଜାଗରେ ସୋହଲ ହଜାର ଚାରାରୋପଣ କରିବା ଉଦେଶ୍ୟରେ ଆଜି ଦ୍ୱତୀୟ ଦିନ ବନ ମହ ଉତ୍ସବ ଗୋଲାମୁଣ୍ଡାବନ ବିଭାଗ ତରଫରୁ ପାଳନ କରାଯାଇଛି ! ଉକ୍ତ ବନମହୋତ୍ସବ ଦିବସରେ ମୁଖ୍ୟ ଅତିଥି ଭାବେ ଗୋଳାମୁଣ୍ଡା ଜୋନ ଜିଲ୍ଲା ପରିଷଦ ବୃଷଭ ନାଏକ, ସମ୍ମାନିତ ଅତିଥି ମାନଝୋରୀ ଗ୍ରାମପଞ୍ଚାୟତ ସରପଞ୍ଚ ଗିରିଧାରୀ ତେଜି,ଇଞ୍ଜିନିଅର ଦୀନେଶ ରାଉତ କେଗାଁ ରେଞ୍ଜର କେଶବ ମାଝୀ ଗୋଲାମୁଣ୍ଡା ବନପାଳ ରମେଶ କୁମାର ପଣ୍ଡା, ବନରାକ୍ଷୀ,ଜିତେନ୍ଦ୍ରକୁମାର ନାଏକ,ନିର୍ମଳୀ ପୁଝାରୀ, ଓ ସମସ୍ତ କର୍ମଚାରୀ,ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ସହଯୋଗଦେଇ ଥିଲେ, ଏବଂ ଗୋଳାମୁଣ୍ଡା ବନପାଳ ରମେଶ ପଣ୍ଡାଙ୍କ ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ଙ୍କୁ ଅଂଚଳ ବାସୀ ଧନ୍ୟବାଦ ଅର୍ପଣ କରିଥିଲେ,ଆସନ୍ତୁ ଶୁଣିବା ମିଡ଼ିଆ ସମ୍ମୁଖରେ କଣ କହୁଛନ୍ତି!

Comments
Loading...