୨ ଥର ଅସ୍ତ୍ରୋପଚାର ପରେ ମଧ୍ୟ ଦେଖି ପାରୁ ନାହାନ୍ତି ଗଜିନ୍ଦ୍ର

କଳାହାଣ୍ଡି (କୋଶଲ ନ୍ୟୁଜ୍) ସ୍ୱପ୍ନଥିଲା ପାଠ ପଢି କି ଚାକିରୀ କରିବି , ଆଉ ଗରିବ ବାପା ମାଁ ‘ଙ୍କ ଆଶା କୁ ପୂରଣ କରିବି । ହେଲେ ବିଧିର ବିଧାନ ଥିଲା ଅଲଗା । ଠିକ ଭାବରେ ଦୁନିଆ ଦେଖିବା ଆଗରୁ ଦଇବ ଛଡ଼େଇ ନେଲା ଦୃଷ୍ଟି ଶକ୍ତି । ଫଳରେ ଦୃଷ୍ଟି ଶକ୍ତି ହରାଇବା ଦିନ ଠାରୁ ଅସହାୟ ହୋଇ ଦୁର୍ବିସହ ଜୀଵନ ଅତିବାହିତ କରୁଛନ୍ତି ଗଜିନ୍ଦ୍ର ନାଏକ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କଳିଆକୁଣ୍ଡଳ ଗ୍ରାମରେ ଗାଁରେ ଥିବା ଗଜିନ୍ଦ୍ର ନାଏକ ଙ୍କ କଥା l
ଧରୁଣ ନାଏକ ଓ ରଜନୀ ନାଏକଙ୍କ ଦ୍ଵିତୀୟ ପୁତ୍ର ହେଉଛନ୍ତି ଗଜିନ୍ଦ୍ର ନାଏକ । ସେ ଜଗମୋହନ ହାଇସ୍କୁଲରେ ନବମ ପାସ କରି ଦଶମ ଶ୍ରେଣୀରେ ବସୁଥିଲେ । ହେଲେ ଗତ ୨୦୨୦ ମସିହା ଅକ୍ଟୋବର୍ ମାସରେ ହଠାତ୍ ଗଜିନ୍ଦ୍ରଙ୍କ ଆଖି ଝାପସା ଦେଖା ଯିବାରେ ଲାଗିଥିଲା । ପରେ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ତଥାପି ତାଙ୍କର ଆଖି ଠିକ୍ ହୋଇ ପାରି ନଥିଲା l ଏମିତି କି ଗଜିନ୍ଦ୍ରଙ୍କୁ ରାଜ୍ୟର ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରି ଦୁଇ ଥର ଆଖିରେ ଅସ୍ତ୍ରୋପଚାର କରିଥିଲେ ସୁଦ୍ଧା ଦୃଷ୍ଟି ଶକ୍ତି ଫେରି ପାଇ ନାଁହାନ୍ତି । ତେବେ ଗଜିନ୍ଦ୍ରଙ୍କ ବାପା କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ରହିବା ପାଇଁ ଭଲ ଘରଟିଏ ମଧ୍ୟ ନାହିଁ । ଚାଲ ଛପର ଘରେ ରହି ବସବାସ କରୁଛନ୍ତି ଏହି ଗରିବ ପରିବାର । ଅନ୍ୟ ପକ୍ଷରେ ବାପା କୁଳିମଜୁରୀ କରୁଥିବା ବେଳେ ମାଁ ଗଜିନ୍ଦ୍ରଙ୍କୁ ଜଗି ରହୁଛନ୍ତି । ଏପରି କି ପାଖରେ ଜମି ଖଣ୍ଡକ ମଧ୍ଯ ନାହିଁ l ଯାହା କୁ ବିକ୍ରି କିମ୍ବା ବନ୍ଧକ ପକାଇ ପୁଅର ଚିକିତ୍ସା କରିବେ l କିନ୍ତୁ ତଥାପି ପୁଅର ଦୃଷ୍ଟି ଶକ୍ତି ଫେରିବା ଆସା ନେଇ ଅନେକ ଲୋକଙ୍କ ଠାରୁ ଧାର କରଜ କରି ପୁଅକୁ ଚିକିତ୍ସା କରିଥିଲେ ବାପା ମା । ହେଲେ ପୁଅର ଦୃଷ୍ଟି ଶକ୍ତି ନ ଫେରିବା ରୁ ପରିବାର ମଧ୍ୟରେ ଏବେ ଭାଲେଣି ପଡି ଯାଇଛି । ତେବେ ଏଥିପ୍ରତି ସରକାର ତୁରନ୍ତ ଗଜିନ୍ଦ୍ରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହୋଇଛି । ।

Comments
Loading...