ପାଣି ପାଇଁ ହଟ ହଟା ଘୋଟିଆ ଗ୍ରାମରେ

କଳାହାଣ୍ଡି(କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମପଞ୍ଚାୟତ ଅଧିନସ୍ଥ ଘୋଟିଆ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାହା କହିଲେ ନ ସରେ । କାରଣ ବର୍ଷା ଦିନ କଷ୍ଟେ ମଷ୍ଟେ ଦିନ କାଟିଦୀୟନ୍ତି ହେଲେ । ଖରା ଦିନେ ପାଣି ପାଇ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ଏହି ଜୋର ନାଲା ର ପାଣି ଗାଧେଇବା ଠାରୁ ଲୁଗା ସଫା କରିବା ଓ ଦାନ୍ତ କାଠି ଘଷି କୋଳି କରିବା ଓ ଅନେକ କାମରେ ବ୍ୟବହାର କରି ଆସୁଛନ୍ତି । ହେଲେ ସେହି ପାଣି କୁ ଗାଈ ଗୋରୁ ମଧ୍ୟ ମୁହଁକୁ ନେବା ପାଇଁ ଉପର ମୁହା କରିଛନ୍ତି । ଦୁର୍ଭାଗ୍ୟ ଜନକ କଥା ସେହି ପାଣି କୁ ଏହି ଗ୍ରାମବାସୀ ମାନେ ପାଣି ଅଭାବାଯୋଗୁ ସେମାନେ ବ୍ୟବହାର କରୁଛନ୍ତି ଓ ଅନେକ ରୋଗରେ ପୀଡିତ ହେଉଛନ୍ତି ଯଥା କାଚୁ କୁଣ୍ଡିଆ ଥଣ୍ଡା କାଶ ଜ୍ୟର ଏମିତି ଅନେକ ରୋଗରେ ପୀଡିତ ହୋଇ ଅସୁସ୍ଥ ହେଉଛନ୍ତି ହେଲେ ସରକାର ଙ୍କ ଏହି ଗାଆଁ କୁ ଟିକେ ବି ନଜର ପଡୁନି । ଗ୍ରାମ ବାସୀ ମାନେ ଦାବି କରିଛନ୍ତି ଯେ ସରକାରଙ୍କ ତରଫରୁ ସପ୍ଲାଏ ପାଣି ଯୋଗାଇ ଦେଲେ ଭଲ ହୁଅନ୍ତା ବୋଲି ଦାବି କରିଛନ୍ତି ।

Comments
Loading...