ଗୋଲାମୁଣ୍ଡା ଶିଶୁମନ୍ଦିର ପ୍ରାଙ୍ଗଣରେ ବିଜେପି ପକ୍ଷରୁ ନାଗରିକ ସମ୍ବିଳନୀ ପାଳିତ ହୋଇଯାଇଛି

କଳାହାଣ୍ଡି (କୋଶଲ ନ୍ୟୁଜ୍) କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାଟି ପକ୍ଷରୁ କୋରୋନା ବିରୁଦ୍ଧରେ ନାଗରିକ ସମ୍ବୀଳନୀ ପାଳିତ ହୋଇଯାଇଛି ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ କାଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ ପଣ୍ଡା ,ମୁକ୍ଷ୍ୟ ବକ୍ତା ସୁଧୀର କୁମାର ପଟ୍ଟଯୋଶୀ ,ଗୋଳାମୁଣ୍ଡା ଜିଲ୍ଲା ପରିଷଦ ବୃଷଭ ନାଏକ ,ଦଶପୁର ଜିଲ୍ଲା ପରିଷଦ ନିରୂପମା ନାଏକ ,କେଗାଁ ଜିଲ୍ଲା ପରିଷଦ ନେତୃତ୍ୱ କାରୀ ଲିଙ୍ଗରାଜ ଭୋଇ,ଭାଗ୍ୟବାନ ବାଗ, ଲଳିତ ପଧାନ ଏବଂ ସମସ୍ତ ବିଜେପି କର୍ମୀଙ୍କ ଉପସ୍ଥିତି ରେ ମାନ୍ୟବର କଳାହାଣ୍ଡି ସାଂସଦ ଉପସ୍ଥିତ ରହି କରୋନା ବିରୋଧରେ କିପରି ସଚେତନ ରହିବେ ଓ ଲୋକଙ୍କୁ ସଚେତନ କରାଇବେ ସେହି ବିଷୟରେ ଆଲୋକ ପାତ କରିବା ସହ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟକଳାପ ନୀତି ନିୟମ ବିଷୟରେ ବୁଝେଇ ଥିଲେ ଏବଂ ଶେଷରେ କେଗାଁ ବନାଞ୍ଚଲ ଅଧୀନରେ ଥିବା ଗୋଳାମୁଣ୍ଡା ବନପାଳ ରମେଶ ପଣ୍ଡାଙ୍କ ନେତୃତ୍ୱରେ ଶ୍ରୀ ପଣ୍ଡା ଏବଂ ସମସ୍ତ ବିଜେପିକର୍ମୀ ମାନେ ଶିଶୁମନ୍ଦିର ପ୍ରାଙ୍ଗଣରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ ।

Comments
Loading...