ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ତରଫରୁ ପାନୀୟ ଜଳ ବିତରଣ କେନ୍ଦ୍ରର ଶୁଭାରମ୍ଭ

କଳାହାଣ୍ଡି ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ଯୋଗୁଁ ପଥଚାରୀମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଅଂଶୁଘାତ ହେବାର ସମ୍ଭାବନା ହେବାର ଅଧିକ ମାତ୍ରାରେ ସମ୍ଭାବନା ଥାଏ,ଏଣୁ ଏହାକୁ ଦୃଷ୍ଟିରେ ରଖି ଧର୍ମଗଡ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ମୋ କର୍ତ୍ତବ୍ୟ ଅଭିଯାନରେ ଜଳଛତ୍ର ଖୋଳାଯାଇ ଖରା ସମୟରେ ପଥିକମାନଙ୍କୁ ଦହି ସରବତ ଓ ଲେମ୍ବୁପାଣି ବଣ୍ଟନ କରାଯାଇଛି। ଧର୍ମଗଡ ବିଇଓ ବାଞ୍ଛାନିଧି ପୁରୋହିତ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ରାମଚନ୍ଦ୍ର ବାଗ, ଏବିଇଓ ନବକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଗ୍ରୀଷ୍ମ ଅବକାଶ ପ୍ରର୍ଯ୍ୟନ୍ତ ଚାଳିବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ଲାକାର୍ଡ ଜରିଆରେ ଅଂଶୁଘାତ ପ୍ରତି ସଚେତନତା ଜାଗ୍ରତ କରିବା ସହିତ କରୋନା ମହାମାରୀ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି।ଏଥିରେ ଜୟନ୍ତ ମୁଣ୍ଡ, ଆଦିତ୍ୟ ନାରାୟଣ ପାତ୍ର, ସୁଧାଂଶୁ ଶେଖର ପଣ୍ଡା, ଅଚ୍ୟୁତାନନ୍ଦ ମଲ୍ଲିକ, ଅଞ୍ଜୁଶ୍ରୀ ମିଶ୍ର,ସୁଜାତା ବିଶି,ମମିତା ଦୋରା ଓ ଶିକ୍ଷା ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତା ସହ ବହୁ ଛାତ୍ରଛାତ୍ରୀ ଯୋଗଦେଇ ପାନୀୟ ଜଳ ବଣ୍ଟନରେ ସହଯୋଗ କରିଥିଲେ।।
ଅନୁଷ୍ଠାନର ଏହିଭଳି କାର୍ଯ୍ୟକ୍ରମକୁ ଜନ ସାଧାରଣ ତଥା ପଥଚାରୀ ମାନେ ବେଶ ପ୍ରଶଂସା କରିବା ସହ ଧନ୍ୟବାଦ ଦେଉଛନ୍ତି।।

Comments
Loading...