ଭତ୍ତା ପାଇଁ ଖରାରେ ବ୍ଲକକୁ ଯାଇଥିଲେ,ଅଧବାଟରେ ଚାଲିଗଲା ବୃଦ୍ଧ ଜୀବନ

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍)ଭତ୍ତା ପାଇଁ ଚାଲିଗଲା ଜୀବନ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ପାହାଡପଦର ଗାଁର ମାଙ୍ଗାଲି ସାହୁ ୬୫ ବର୍ଷିୟ ବୃଦ୍ଧ ଭତ୍ତା ଟଙ୍କା ପାଇଁ ବ୍ଲକ ଅଫିସକୁ ଯାଇ ଫେରୁଥିବା ସମୟରେ ବାଟରେ ମୃତ୍ୟୁ ହୋଇଛି।ପ୍ରବଳ ଖରା ଯୋଗୁଁ ଅଶୁଂଘାତରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ ମାଙ୍ଗାଳି ସାହୁଙ୍କୁ ଆଗରୁ ଭତ୍ତା ଟଙ୍କା ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ମିଳୁଥିଲା ହେଲେ ସରକାରଙ୍କ ନିୟମ ଅନୁସାରେ ଡିଜିଟାଲ ବ୍ୟବସ୍ଥା ହେବା ଠାରୁ ଭତାରୁ ବଞ୍ଚିତ ରହିଥିଲେ। ଏ ସମ୍ପର୍କରେ ଜାଣିବା ପାଇଁ ବ୍ଲକ ଅଫିସ କାର୍ଯ୍ୟାଳୟକୁ ଯାଇ ପଚାରିବାରୁ ତମ ପାସ ବହିରେ ତମ ଭତ୍ତା ଟଙ୍କା ଜମା ହୋଇଥିବ ତୁମେ ବ୍ୟାଙ୍କକୁ ଯାଇ ତୁମ ପାସ ବହି ଯାଞ୍ଚ କର ବୋଲି କହିବାରୁ ସେଠାରୁ ବୃଦ୍ଧା ଘରକୁ ଫେରୁ ଥିବା ସମୟରେ ବେନଗାଁ ବ୍ୟାଙ୍କ ସମ୍ମୁଖରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ବୃଦ୍ଧାଙ୍କ ମୃତ୍ୟୁ ଅଂଶୁଘାତ ନା ଆଉ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ଥିବା ବେଳେ ଏପଟେ ବୃଦ୍ଧାଙ୍କ ପରିବାରଲୋକେ ଘରୁ ଗଲା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ସେ ପ୍ରବଳ ଖରା ଯୋଗୁଁ ତାଙ୍କର ଅଂଶୁଘାତରେ ହିଁ ମୃତ୍ୟୁ ହୋଇଛି ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍)

Comments
Loading...