ସ୍ବେଛାସେବୀ ଯଶୋବନ୍ତ ରଣା ଙ୍କ ସହଯୋଗ ରୁ ମିଳିଲା ସାହାଯ୍ୟ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଚହଁ ଗାଁ ପଞ୍ଚାୟତ ବନ୍ଧପଡା ର ବନିତା ବାଗ ପାରାଲିସ ରୋଗରେ ଆକ୍ରାନ୍ତ ହୋଇ ଚାଲି ପାରନ୍ତି ନାହିଁ କି କଥା ମଧ୍ୟ କହିପାରନ୍ତି ନାହିଁ l ତାଙ୍କୁ ଲାଟ୍ରିନ ନେବା ଆଣିବାପାଇଁ ହୁଇଲଚେୟାର ଟିଏ ଦେବାପାଇଁ ବାରମ୍ବାର କହିଥିଲେ ମଧ୍ୟ କେହି ଶୁଣିନଥିଲେ l ତାଙ୍କର ଆଧାର ନ ଥିବାରୁ ରାସନ ମଧ୍ୟ ମିଳୁନଥିବା ଅଭିଯୋଗ କରିଥିଲେ l ହେଲେ କେହି ଶୁଣି ନଥିଲେ l ପରେ ଯୁବ ସମାଜସେବି ଯଶୋବନ୍ତ ରଣା ଙ୍କ ସହ ଯୋଗାଯୋଗ କରି ସମସ୍ୟା ବିଷୟରେ ତାଙ୍କୁ ଜଣାଇଥିଲେ କହିଥିଲେ l ଏହି ସମସ୍ୟା ବିଷୟରେ ଜାଣିଲାପରେ ତାଙ୍କର ଘରକୁ ନିଜେ ଯାଇ ସବୁ ଦେଖିଲା ପରେ ଟ୍ୱିଟ ମାଧ୍ୟମରେ ଜିଲ୍ଲାପାଳ, ନବୀନ ଓଡିଶା ଙ୍କୁ ଜଣାଇଥିଲେ l ଏହାର ତଦନ୍ତ କରି ବନିତା ବାଗ ଙ୍କୁ ଗୋଟିଏ ହୁଇଲଚେୟାର ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଦାନ କରିଛନ୍ତି ଓ ଏପ୍ରିଲ ଠାରୁ ତାଙ୍କୁ ରାସନ ମିଳିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଏହିପରି କାର୍ଯ୍ୟ କୁ ବନିତା ବାଗ ଙ୍କ ପରିବାର ଯୁବ ସମାଜସେବି ଯଶୋବନ୍ତ ରଣା ଙ୍କୁ ଧନ୍ୟବାଦ ଦେଇଛନ୍ତି l

Comments
Loading...