ଅସହାୟ ରୋଗୀଙ୍କୁ ସହଯୋଗ କରି ମାନବିକତା ଦେଖାଇଲେ ଅବିନାଶ

କଳାହାଣ୍ଡି (କୋଶଲ ନ୍ୟୁଜ୍) କରୋନା ମହାମାରୀ ସମୟରେ ଗରୀବ ଓ ଅସହାୟଙ୍କ ଦୁଃଖ ସରିବାର ନା ନେଉନି । କିଏ ଦି ମୁଠା ଖାଇବା ପାଇଁ ସଂଘର୍ଷ କରୁଛି ତ ଅଉ କିଏ ଟଙ୍କା ଅଭାବରୁ ନିଜ ସ୍ବାସ୍ଥ୍ୟ ଚିକିତ୍ସା କରିପାରୁନି । ଏହି ଭଳି ପରିସ୍ଥିତିରେ ଲୋକମାନଙ୍କୁ ସହଯୋଗ କରିବା ପାଇଁ ଅନେକ ଲୋକ ଅଛନ୍ତି ଯାହାଙ୍କ ପାଖରେ ବଞ୍ଚିରହିଛି ମାନବିକତା । ସେହିଭଳି, ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜୈନ ଶବର ଦିର୍ଘ ଦିନ ଧରି ଯକ୍ଷ୍ମା ରୋଗରେ ପିଡିତ ହେବାପରେ ବର୍ତ୍ତମାନ ତାଙ୍କୁ ଶ୍ୱସନତନ୍ତ୍ର ଜନିତ ସଂକ୍ରମଣ ଦେଖାଦେଇଛି । ଯେଉଁଥିପାଇଁ ଅମ୍ଳଜାନ ସୋପୋର୍ଟରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ରଖାଯାଇଛି । ବଞ୍ଚିଥିବା ପର୍ଯ୍ୟନ୍ତ ରୋଗୀଙ୍କୁ ଅମ୍ଳଜାନ ସୋପୋର୍ଟର ଆବଶ୍ୟକତା ଥିବାରୁ ଡାକ୍ତର ମାନେ ଅମ୍ଳଜାନ କନସେନଟ୍ରେଟର ଯୋଗାଡ କରିବା ପାଇଁ ପରାମର୍ଶ ଦେଇଥିଲେ । ଜୈନ ଶବର ଅତ୍ୟନ୍ତ ଗରୀବ ଥିବାରୁ ଅସହାୟ ଓ ଅଧର୍ଯ୍ୟ ହୋଇପଡିଥିଲେ । ଘଟଣା ସମ୍ପର୍କରେ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଜାଣିବା ପରେ ଜୈନ ଶବରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । ତାଙ୍କ ସାଧୁ ଉଦ୍ୟମରେ ବାସୁ ଫାଉଣ୍ଡେସନ ଓ ସୋମନାଥ ମିଶ୍ରଙ୍କ ସହଯୋଗରେ ଏକ ଅମ୍ଳଜାନ କନସେନଟ୍ରେଟର ଯୋଗାଡ କରିବାରେ ଶ୍ରୀ ଠାକୁର ସଫଳ ହୋଇଥିଲେ । ଗତକାଲି ଡଃ ଅମୂଲ୍ୟ ଦାସ ଓ ମେଡିକାଲ ଟିମଙ୍କ ଉପସ୍ଥିତିରେ ଜୈନ ଶବରଙ୍କୁ ମାଗଣାରେ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି । ଛାତ୍ର ନେତା ଅବିନାଶ ଠାକୁରଙ୍କ ଏହି ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Comments
Loading...