ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟରେ ଅନିୟମିତତା, ଖୁଲମ ଖୁଲା ପିସି କାରବାର ଅଭିଯୋଗ

ଲାଞ୍ଜିଗଡ:(କୋଶଲ ନ୍ୟୁଜ୍)ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚା ସାଉଁଟି ଥିବା ବେଳେ ପ୍ରତି ପଞ୍ଚାୟତ କୁ ସିଧାସଳଖ ୫୦ ଲକ୍ଷ ଟଙ୍କା ଅନୁଦାନ କରାଯାଥିଲା ଓ ପଞ୍ଚାୟତର ପ୍ରତେକ ଗାଁ କୁ ସେହି ୫୦ଲକ୍ଷ ଟଙ୍କାକୁ ଭାଗ ବଣ୍ଟା କରାଯାଇ ଅନେକ ସ୍ଥାନରେ ମନ୍ଦିର, ସ୍କୁଲ, ଖେଳ ପଡିଆ,ଅଙ୍ଗନବାଡି କେନ୍ଦ୍ର ଭଲି ଅନେକ ସ୍ଥାନକୁ ମରାମତି କରିବା ପାଇଁ ନିଷ୍ପତି ନିଆଯାଇଥିଲା। ନବୀନ ଓଡିଶା କାଯ୍ୟକ୍ରମରେ କୌଣସି ପିସି କାରବାର ହେବ ନାହିଁ ବୋଲି ସରକାର ଘୋଷଣା ମଧ୍ୟ କରାଯାଇଥିଲେ। ସରକାରଙ୍କ ନିର୍ଦେସାବଳୀ ଜାରି ହୋଇଥିଲେ ମଧ୍ୟ କାର୍ଯ୍ୟରତ ଯନ୍ତ୍ରୀ ବିଦ୍ୟାଧର ଟୁଡୁ ୮୦ ହଜାରରୁ ଅଧିକ ଟଙ୍କା ପିସି କାଟିଥିବା ଅଭିଯୋଗ ହେଉଛି। ଏହି ପରି ଅଭିଯୋଗ ହେଉଛି ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଘାଟି କୁଣ୍ଡରୁ ଓ ମଡ଼ାଙ୍ଗ ପଦର ଗାଁ ରେ। ଘାଟିକୁଣ୍ଡୁରୁ ସ୍କୁଲ ମରାମତି ପାଇଁ ୨ ଲକ୍ଷ୍ୟ ୫୦ହଜାର ଅଟକଳ ମୂଲ୍ୟ ଥିବା ବେଳେ ମଡ଼ାଙ୍ଗ ପଦର ଧରଣୀ ଗୋଷ୍ଠୀଗୃହ ପାଇଁ ମଧ୍ୟ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ହେଲେ କାର୍ଯ୍ୟରତ ଯନ୍ତ୍ରୀ ସରକାରଙ୍କ ନିର୍ଦେଶକୁ ନ ମାନି ଖୁଲୁମ ଖୁଲା ୨ଟି କାମର ୮୬ ହଜାର ଟଙ୍କା ପିସି ନେଇଁ ଥିବା ସଂଗୀନ ଅଭିଯୋଗ ହେଉଛି। ତେବେ ସରକାରଙ୍କ ନିର୍ଦେଶ ସତ୍ୱେ ମଧ୍ୟ ପିସି କାରବାର ହେଉଥିବାରୁ ଏବେ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖା ଯାଉଛି। ଏ ସମ୍ପର୍କରେ ଆମେ କାର୍ଯ୍ୟରତ ଯନ୍ତ୍ରୀ ବିଦ୍ୟାଧର ଟୁଡୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ସେ କହିଲେ ମୁଁ କିଛି ପିସି କାଟି ନାହିଁ ମୁଁ ୧୨ହଜାର ଟଙ୍କା ଉଦ୍ଧାର ଦେଇଥିଲି ଓ ଜିଏସଟି ବାବଦରେ କାଟିଛି ଓ ଛୋଟ କଥାକୁ ଆଉ ବଡ କରନ୍ତୁ ନାହିଁ ବୋଲି ଧମକ ଦେଇଥିଲେ। ଏଠି ବଡ ପ୍ରଶ୍ନ ଉଠୁଛି ଯେ କେଉଁ ବାବଦରେ କାର୍ଯ୍ୟରତ ଯନ୍ତ୍ରୀ ବିଦ୍ୟାଧର ଟୁଡୁ ଠିକା ଦାରଙ୍କୁ ଉଦ୍ଧାର ଦେଇଥିଲେ ନା ପିସି କାଟି ନିଜେ ବଞ୍ଚିବା ପାଇଁ ଗଣମାଧ୍ୟମକୁ ମିଛ କଥା କହୁଛନ୍ତି। ତେବେ ଏ ସମ୍ପର୍କରେ ଆମେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀଙ୍କୁ ପଚାରିବାରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୌଣସି ପିସି କଟାଯିବ ନାହଁ ଯଦିବି କଟାଯାଇଛି ବ୍ଲକକୁ ଯାଇ ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରି କାଟିଥିବା ପଇସା ନେଇଁ ପାଇବେ । ତେବେ ଖବର ପ୍ରସାରଣ ପରେ ଉଚିତ ତଦନ୍ତ କରି ପିସି କାରବାରରେ ସମ୍ପୃକ୍ତ ଯନ୍ତ୍ରୀ ବିଦ୍ୟାଧର ଟୁଡୁଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍)

Comments
Loading...