ବାପା ମା’ଙ୍କ ମୃତ୍ଯୁ ପରେ ଅନାଥ ହୋଇପଡିଛନ୍ତି ଜ୍ଯୋସ୍ନା

କଳାହାଣ୍ଡି (କୋଶଲ ନ୍ୟୁଜ) ସମଗ୍ର ଦେଶ ରେ କରୋନା ମହାମାରୀ ତାର ଭୟ ଙ୍କର ରୂପ ଧରି ଆତଙ୍କ ଖେଳାଇ ବାରେ ଲାଗିଥିବା ବେଳେ ଏହି ମହାମାରୀ କାରଣ ରୁ ଅନେକ ଧନ ଜିବନ ଅସ୍ତବ୍ଯସ୍ତ ହୋଇ ପଡିଛି l ଏମିତି କି ଅନେକ ଲୋକ ଏବେ ଡାକ୍ତରଖାନା ରେ ପଡି ମୃତ୍ଯୁ ସହ ସଂଗ୍ରାମ କରୁଥିବା ବେଳେ ଅନେକ ଲୋକଙ୍କ ପ୍ରାଣ ହାନି ମଧ୍ଯ ଘଟିଛି l କିଏ ନିଜ ପୁଅ ଝିଅ କୁ ହେରେଇଛି ତ ଆଉ କିଏ ବାପା ମା’କୁ ହରାଇ ଅନାଥ ହୋଇ ଯାଇଛି l ଏଭଳି ଏକ କରୁଣ କାହାଣୀ ଟି ହେଉଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କର୍ମେ ଗାଁ ପଞ୍ଚାୟତ ଅନ୍ତର୍ଗତ ଖମ୍ବପଡା ଗାଁର l ଏହି ଗାଁର ଜୟ ଶଙ୍କର ପୁଝାରୀ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ପୁଝାରୀ ଗତ କିଛି ଦିନ ତଳେ କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇ ଥିବାବେଳେ ଏବେ ଅନାଥ ହୋଇ ପଡିଛନ୍ତି ଏକମାତ୍ର ୧୫ ବର୍ଷ ବୟସ ର ଝୀଅ ଜ୍ଯୋସ୍ନା ପୁଝାରୀ l ଯାହା ଫଳରେ ବଡ ବାପା ମଧୁ ପୁଝାରୀ ଙ୍କ ଘରେ ଆଶ୍ରୟ ନେଇଛନ୍ତି ଜ୍ଯୋସ୍ନା l ତେବେ ଗତ ୭ ମାସ ତଳେ ଜ୍ଯୋସ୍ନାଙ୍କ ବାପା ଜୟ ଶଙ୍କର ଙ୍କୁ ଥଣ୍ଡା,ଜ୍ବର ଓ କାଶ ହୋଇଥିଲା l ପରେ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନା କୁ ନେଇ ଯାଇଥିଲେ l ଏବଂ ସେଠାରେ ସେ କରୋନା ରେ ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ୨୦୨୦ ମସିହା ୧୨ ନଭେମ୍ବର ଦିନ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା l ଫଳରେ ପରିବାର ର ମୁରବି ଆରପାରିକୁ ଚାଲିଯିବା ପରେ ଭାଙ୍ଗି ପଡିଥିଲା ପୁରା ପରିବାର l ଅନ୍ଯପଟେ ପରିବାର ର ପେଟ ପୋଷଣ କରିବା ପାଇଁ ପାଖରେ ଅର୍ଥାଭାବ କାରଣ ରୁ ବାଧ୍ଯ ହୋଇ ସୁମିତ୍ରା ନିଜ ଝୀଅ ଜ୍ଯୋସ୍ନା କୁ ଧରି ସୋନପୁର ଜିଲ୍ଲା ରେ ଥିବା ନିଜ ବାପ ଘର ବୈଦ୍ଯନାଥ କୁ ଚାଲି ଯାଇଥିଲେ ଏବଂ ସେଠାରେ ସେ ରହୁଥିଲେ l ହେଲେ ଦଇବର କୃତ ଯୋଗୁଁ ଗତ ୭ ତାରିଖ ଦିନ ସୁମିତ୍ରା ଙ୍କୁ ଜ୍ବର ହୋଇଥିଲା l ପରେ ସେଠାରେ ଥିବା ତାଙ୍କ ବାପ ଘର ଲୋକେ ସୋନପୁର୍ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ଯୁ ଘଟିଥିଲା l ଯାହା ଫଳରେ ପୂର୍ବରୁ ବାପା କୁ ହରାଇ ଥିବା ବେଳେ ଏବେ ମା’କୁ ହରାଇ ଅନାଥ ହୋଇ ପଡିଛିନ୍ତି ନାବାଳିକା ଜ୍ଯୋସ୍ନା l ଫଳରେ ତାଙ୍କର ବଡବାପା ତାଙ୍କ ଦୁଃଖ କୁ ସହ୍ଯ କରି ନପାରି ତାଙ୍କୁ ସାହାର ଦେଉଥିବା କହିଛନ୍ତି l ତେବେ ଜ୍ଯୋସ୍ନା ଅତି ଗରିବ ହୋଇଥିବାରୁ କୌଣଷି ସରକାରୀ ସହାୟତା ତାଙ୍କୁ ଏ ପର୍ଯ୍ଯନ୍ତ ମିଳି ନଥିବା କହିଛନ୍ତି ଜ୍ଯୋସ୍ନା ଙ୍କ ବଡବାପା ମଧୁ ପୁଝାରୀ l ଏନେଇ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ପଚାରୀବାରୁ ତାଙ୍କୁ ଗାଇଡ୍ ଲାଇନ୍ ଅନୁସାରେ ଥିବା ସମସ୍ତ ସୁବିଧା ସହଯୋଗ ଦିଆଯିବା ସହ ତାଙ୍କୁ କିପରି ପାଠ ପଢା ଯିବ ସେଥିପାଇଁ ବ୍ଯବସ୍ଥା କରାଯିବ ବୋଲି କହିଥିଲେ l ତେବେ ପ୍ରଶାସନ ଏ ଅନାଥ ଙ୍କୁ କେତେ ସିଘ୍ର ଗାଇଡ୍ ଲାଇନ୍ ର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ସହ ପାଠ ପଢାର ବ୍ଯବସ୍ଥା କରୁଛି ତାହା ଦେଖିବାକୁ ବାକି ରହିଲା l

Comments
Loading...