କଳାହାଣ୍ଡି କୋଭିଡ ହସ୍ପିଟାଲର ପାଇଖାନାରୁ ବୃଦ୍ଧ କୋଭିଡ ରୋଗୀଙ୍କ ଶବ ଉଦ୍ଧାର

କଳାହାଣ୍ଡି ଜିଲ୍ଲା କାମଠଣା କୋଭିଡ୍‌ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ହସ୍ପିଟାଲ ପାଇଖାନା ଭିତରେ ଜଣେ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ପାଇଖାନାକୁ ଶୌଚ ପାଇଁ ଯାଇଥିଲେ। ସେ ଦୀର୍ଘ ସମୟ ଧରି ଫେରି ନ ଥିଲେ। ଦାୟିତ୍ୱରେ ଥିବା ଷ୍ଟାଫ ନର୍ସ ଜଣକ ତାଙ୍କୁ ଖୋଜାଖୋଜି କରି ଥିଲେ ମଧ୍ୟ ପାଇ ନ ଥିଲେ। ଶେଷରେ ପାଇଖାନା କବାଟ ବନ୍ଦ ଥିବା ଦେଖି ସନ୍ଦେହ କରି ପୋଲିସ ଏବଂ ପ୍ରଶାସନ ଅଧିକାରୀଙ୍କୁ ଜଣାଇଥିଲେ। ପୋଲିସ ଉପସ୍ଥିତିରେ କବାଟ ଖୋଲି ଦେଖିଲା ବେଳକୁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଭବାନୀପାଟଣା ସଦର ଥାନା ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Comments
Loading...