ଲିଭୋଲିଙ୍କ ଫାଉଣ୍ଡେସନ ପକ୍ଷରୁ ଲାଞ୍ଜିଗଡ଼ ରେ ଗଢ଼ିଲା କରୋନା ସଚେତନତା ରଥ

କଳାହାଣ୍ଡି (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ରେ ନାମ ଲେଖା ଅଭିଯାନ ଓ କରୋନା ସଚେତନତା ରଥକୁ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ଇଂ-ଫକୀରମୋହନ ମାଝୀ ଉଦଘାଟନ କରିଛନ୍ତି ! ଲାଞ୍ଜିଗଡ଼ ବ୍ଲକ୍ ପ୍ରଶାସନ ଓ livolink ଓ Tata Trust ମିଳିତ ଉଦ୍ୟମରେ ନାମ ଲେଖା ଓ କୋଭିଡ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି ! ଉକ୍ତ ଲାଞ୍ଜିଗଡ଼ ବ୍ଲକ୍ ର ଉପାନ୍ତର ଅଂଚଳର କାନକୁଟରୁ, ବେଡ଼ାଗାଁ,କୁମାଖାଲ, ବନ୍ଧପାରି ଲାଞ୍ଜି, ବେନ୍ ଗାଁ,ଲାଖବାହାଲି,ମାଳିଯୁବାଙ୍ଗ,ବିଜେପୁର ଓ ଭଟାଙ୍ଗପଦର ଏହି ୧୦ ଗୋଟି ଗ୍ରାମ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମ ଗଳି କନ୍ଦିକୁ ଉକ୍ତ foundation ର କର୍ମକର୍ତା ମାନେ ଯାଇ ଏହି କରୋନା ସଚେତନତା ରଥ ମାଧ୍ୟମରେ କରୋନା ଭାତଣୁରୁ ରକ୍ଷା ପାଇବାର ବିଭିନ୍ନ ଉପାୟ ମାନ ପ୍ରଚାର କରିବା ଦେଖିବାକୁ ମିଳିଛି ! ଯଥା:-ମାକ୍ସ୍ ପରିଧାନ କରିବା, ନିୟମିତ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଓ ସଠିକ ସମୟରେ ଡାକ୍ତରଙ୍କ ପରାମର୍ଶ କରିବା ଆଦି ପ୍ରଚାର କରାଯିବା ସହିତ ଲୋକଙ୍କୁ ରୋଗକୁ ଭୟ କରି ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଓ ଏଥିରେ Livolink Foundation ର ଜିଲ୍ଲା ସଂଯୋଜକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ତତ୍ତ୍ୱାବଧାନରେ ଏହିପରି କାର୍ଯ୍ୟକ୍ରମ କରାଯାଇ ଥିବାବେଳେ ମଲୟ ବିଭାର, ବେଣୁଧର ବାଗ, ଦୟା ନାଗ ଓ ସୋମନାଥ ଦୋରା ବିଶେଷ ସହଯୋଗ କରିଥିଲେ ।

Comments
Loading...