କରୋନା କାଳ ରେ ଦେଖା ନାହିଁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି।

କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳିରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେଉଛି । ପ୍ରତ୍ୟେକ ଦିନ ଅଂଚଳ ରେ ସହ ସହ ଜଣଙ୍କ କରୋନା ଟେଷ୍ଟ କରାଯାଉଛି । କଳାହାଣ୍ଡି ଜିଲ୍ଲା ରେ କରୋନା ଗ୍ରାଫ ଉପର ମୁହାଁ ହେଇଛି ଏବଂ ରେଡ଼ ଯୋନ ରେ ଅଛି ।ପ୍ରତ୍ୟେକ ଦିନ କେସିଙ୍ଗା,କର୍ଲାମୁଣ୍ଡା,ମ,ରାମପୁର ଏବଂ ନର୍ଲା ବ୍ଲକ ମାନଙ୍କ ରୁ ଅଧିକ ଲୋକ ପଜିଟିଭ ହେଉଥିବା ବେଳେ ରିପୋର୍ଟରେ କମ୍ ଆସୁଥିବା ଦେଖାଯାଉଛି ।କରୋନା କାଳ ରେ ଲୋକେ ଅସହାୟ ମଣୁଛନ୍ତି ଅସହାୟ କାଳ ରେ ସାହା ହେବା ପାଇଁ ଲୋକେ ନିଜର ମୂଲ୍ୟବାନ ଭୋଟ ଖଣ୍ଡେ ଜନପ୍ରତିନିଧି ମାନଙ୍କୁ ଦେଇ ନିର୍ବାଚିତ କଲେ ହେଲେ ଏପରି ବିପଦ କାଳେ ସ୍ଥାନୀୟ ବିଧାୟକ କି ସାଂସଦ ଙ୍କର ଦେଖା ନାହିଁ । । ଭୋଟ ସମୟରେ ଆମେ ଆପଣଙ୍କର ସବୁ କାମରେ ଆସିବୁ । ନିର୍ବାଚନ ମଣ୍ଡଳିର କୋଣ ଅନୁକୋଣ ରେ ଶିକ୍ଷା , ସ୍ବାସ୍ଥ୍ୟ , ପାନିୟ ଜଳ ସୁବିଧା ଯୋଗାଇ ଦେବୁ ବୋଲି ପ୍ରତିଶୃତି ଉପରେ ପ୍ରତିଶ୍ରୁତି ଦେଇଥିବା ନିଜେ ହିଁ ଭୁଲିଗଲେ । ଏହି ମହାମାରୀ କରୋନା କାଳ ରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ତ ଦୂରର କଥା କାହାରି ହେଲେ ଦେଖା ଦର୍ଶନ ମିଲୁ ନାହିଁ। ବିଧାୟକ ଭୁପିନ୍ଦର ସିଂ ନର୍ଲା ନିର୍ବାଚନ ମଣ୍ଡଳିରେ ବିଧାୟକ ଭାବେ ଅନେକ ଥର ନିର୍ବାଚିତ ହୋଇ ଓଡିଶା ସରକାର ଅଧୀନରେ ଆସୁଥିବା ବିଭିନ୍ନ ବିଭାଗ ର ମନ୍ତ୍ରୀ ପଦ ମଧ୍ୟ ହାତେଇଥିଲେ ।

ବିଧାୟକ ବିଧାନ ସଭାରେ ନିଜ ଅଞ୍ଚଳ ସମସ୍ଯା ଛାଡି ଜିଲ୍ଲା ତଥା ଜିଲ୍ଲା ବାହାର କଥା ଉଠାଉଛନ୍ତି ସତ l ହେଲେ ନର୍ଲା ନିର୍ବାଚନ ର କଥା ବିଧାୟକ ଭୁଲି ଯାଇଛନ୍ତି । ଏହି କରୋନା କାଳ ରେ ଓଡିଶା ର ରାଜଧାନୀ ଭୁବନେଶ୍ୱରରେ ଥିବା ଶୁଣିବାକୁ ମିଳୁଛି । ନର୍ଲା,ରାମପୁର, କେସିଙ୍ଗା,କର୍ଲାମୁଣ୍ଡା ଅଂଚଳ ରେ ସହ ସହ ବଢୁଥିବା ଖବର ଆସୁଛି। ନର୍ଲା ନିର୍ବାଚନ ମଣ୍ଡଳିର ଅଧିକ ଭୋଟ ପାଇ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡାଙ୍କ ମଧ୍ୟ ଦେଖାନାହିଁ l ନର୍ଲା ଲୋକ କରୋନା ଜାଲ ରେ ଛନ୍ଦି ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଲୋକଙ୍କ କାମରେ ସବୁ ସମୟରେ ବୋଲି କହୁଥିବା ସାଂସଦ ଗଲେ କୁଆଡେ ବୋଲି ଅଂଚଳ ରେ ଚର୍ଚ୍ଚା ହେଉଛି । ଏଭଳି ଘଡିସନ୍ଧି ମୁହୁର୍ତରେ ଦୁଇ ଦୁଇ ଟାଣୁଆ ନେତା ନିର୍ବାଚନ ମଣ୍ଡଳୀ ରେ ଅନୁପସ୍ଥିତି କୁ ଲୋକେ ସମାଲୋଚନା କରୁଛନ୍ତି ।

Comments
Loading...