ସହାୟତାର ହାତ ବଢେଇଲେ ସମାଜସେବୀ ମନୋଜ ପଟ୍ଟନାୟକ

କଳାହାଣ୍ଡି : (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ବିଶିଷ୍ଟ ସମାଜସେବୀ ଆଜି ମ.ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ଫେରିବା ସମୟରେ ଶୁଣିବାକୁ ପାଇଲେ ଭାନପୁର ଗ୍ରାମର ଦିବାକର ପଟେଲ (ରାଜ ମିସ୍ତ୍ରୀ) କାମ କରୁଥିବା ସମୟରେ ବିଗତ ଶନିବାର ଦିନ ଘର ଉପରୁ ତଳେ ଖସି ପଡ଼ିଥିଲା, ତାଙ୍କର ହାତ ଭାଙ୍ଗି ଯାଇଥିଲା ଏବଂ ଜଙ୍ଗରେ ବହୁତ ମାଡ ହୋଇଥିବା ଯୋଗୁଁ ହସ୍ପିଟାଲ୍ କୁ ଯାଇ ଚିକିତ୍ସା ହୋଇଥିଲା କିନ୍ତୁ ନିମ୍ନମାନର ଚିକିତ୍ସା ଯୋଗୁଁ ବର୍ତ୍ତମାନ ପ୍ରର୍ଯ୍ୟନ୍ତ ଦିବାକର ପଟେଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନ ଥିବା କଥା ଜାଣିଲେ ଓ ତାଙ୍କର ସହଯୋଗୀ ସଜନ କୁମାର ଅଗ୍ରୱାଲଙ୍କ ସହ ତାଙ୍କ ଘରକୁ ଯାଇ ଖାଦ୍ୟ ସାମଗ୍ରୀ ଏବଂ କିଛି ଅର୍ଥ ସାହାଯ୍ୟ କରିଥିଲେ ଏବଂ ଦିନେ ଦୁଇଦିନ ଭିତରେ ତାଙ୍କୁ ଚିକିତ୍ସା ଲୟରେ ଏଡମିଟ୍ କରି ଉତ୍ତମ ଚିକିତ୍ସା ଯୋଗାଇଦେବୁ ବୋଲି ପ୍ରତିଶୃତି ଦେଇଛନ୍ତି।।

Comments
Loading...