ମାରୱାଡ଼ି ଯୁବା ମଞ୍ଚ ଜୟପାଟଣା ଶାଖା ତରଫ ରୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

କଳାହାଣ୍ଡି (କୋଶଲ ନ୍ୟୁଜ୍) ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ I କରୋନାର ଦ୍ୱିତୀୟ ଲହରରେ ମଣିଷ ଜୀବନ ମୃତ୍ୟୁ ସହ ଲଢେଇ କରୁଛି I ଏ ସମୟରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାରୱାଡ଼ି ଯୁବା ମଞ୍ଚ ତରଫ ରୁ ଜୟପାଟଣା ରାଜ ଭାଟି ସମ୍ମୁଖ ରେ ଆଞ୍ଚଳିକ ଭାଷା କଳାହାଣ୍ଡିଆ ଓ ଓଡ଼ିଆ ଭାଷାରେ ଲୋକମାନଙ୍କୁ କରୋନା ସମ୍ପର୍କିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା I

ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରରେ କିପରି ଭାବରେ ସୁରକ୍ଷିତ ରହିବେ ଓ କଣ ସବୁ ସରକାରୀ ନିୟମ ରହିଛି ତାହା ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା I ମାରୱାଡ଼ି ଯୁବା ମଞ୍ଚ ର ଏପରି ସଚେତନ କାର୍ଯ୍ୟକ୍ରମରେ ଯୁବା ମଞ୍ଚ ଜୟପାଟଣା ଶାଖା ର ସଭାପତି ଯୁବା ସନ୍ଦୀପ କୁମାର ଅଗ୍ରୱାଲ,ସମ୍ପାଦକ ଯୁବା ଅଭିଜିତ ଅଗ୍ରୱାଲ,ଉପସଭାପତି ଯୁବା ଅଙ୍କିତ୍ କୁମାର ଅଗ୍ରୱାଲ,ଉପସମ୍ପାଦକ ଯୁବା ସୋହନ ଅଗ୍ରୱାଲ,କୋଷାଧ୍ୟକ୍ଷ ଯୁବା ରାଜ ଅଗ୍ରୱାଲ, ଯୁବା ରିତିକ୍ ଜେନ୍ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସଚେତନ ମୂଳକ କାର୍ଯ୍ୟକ୍ରମ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁନିଲ ଅଗ୍ରୱାଲ ଏବଂ ଯୁବା ରାହୁଲ ମିତ୍ତଳ ଙ୍କ ଉପସ୍ଥିତିରେ ମାରୱାଡ଼ି ଯୁବା ମଞ୍ଚ ଦ୍ୱାରା ସୁଖା ଖାଦ୍ୟ ଯଥା_(ବିସ୍କୁଟ), ମାସ୍କ୍, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା I ଏପରି ଭୟାନକ ବିପଦ ସମୟରେ ମାରୱାଡ଼ି ଯୁବା ମଞ୍ଚ ପାଖରେ ପହଂଚି ସଚେତନ ଓ ସହାୟତା କରିଥିବାରୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସିଙ୍କ ତରଫରୁ ମାରୱାଡ଼ି ଯୁବା ମଞ୍ଚ କୁ ଧନ୍ୟବାଦ ଏବଂ ପ୍ରଶଂସା କରାଯାଇଛି I

Comments
Loading...