ମା’ ମାଉଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା,୨।୧ : କୋକସରା ବ୍ଲକ ମୁଷାପାଲି ଖେଲ ପଡିଆଠାରେ ମଙ୍ଗଳବାର ମା’ ମାଉଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ମୁଷାପାଲି ସରପଞ୍ଚ ଅକ୍ଷୟ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ଅଞ୍ଜନା ଦୁର୍ଗା, ସାମ୍ବାଦିକ ଜଗଦୀଶ ନାଏକ, କ୍ରୀଷ୍ଣା ମଞ୍ଜରୀ ସୁନାନୀ ପ୍ରମୁଖ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ। ଉଦଘାଟନୀ ମ୍ୟାଚ୍ ଗହନାମୁଣ୍ଡା ଓ ଚାରବାହାଲ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚାରବାହାଲ ଟଚ୍ ଜିଣି ପ୍ରଥମେ ଫିଲଡିଂଗ୍ ନିଷ୍ପତି ନେଇଥିଲେ। ଗହନାମୁଣ୍ଡା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରେ ୭ଉଇକେଟ ହରାଇ ୭୬ ରନ୍ ସଂଗ୍ରହ କରିଥିଲା। ଜବାବରେ ଚାରବାହାଲ ଟିମ୍ ୭୭ ରନର ବିଜୟ ଲକ୍ଷେ ନେଇ ପଡ଼ିବାକୁ ଓହ୍ଲାଇ ୭.୩ ଓଭରରେ ୪ ଉଇକେଟ ବିନିମୟରେ ମ୍ୟାଚ୍ ବିଜୟୀ ହୋଇଥିଲା। ମ୍ୟାଚରେ ଅମ୍ପିଆର ଭାବେ କୁନୁ ରାଉତ ଓ ତୁଲାରାମ ସୁନାନୀ ଖେଲ ପରିଚାଳନା କରିଥିଲେ। ସ୍କୋରର ରାକେଶ ଗୋପାଳ ରହିଥିବାବେଳେ ଆକାଶ ନାଏକ, ଖେଲର ଧାରାବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି ଦିଗାମ୍ବର ନାଗ, ରାଜୁ ଗୋପାଳ, କୁନୁ ରାଉତ, ଅକ୍ଷୟ ଗୋପାଳ, ରବି ଗୋପାଳ, ଓମ୍ ପ୍ରସାଦ ଗୋପାଳ, ତଶରାମ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments
Loading...