ନର୍ଲା ବନ ବିଭାଗ ର ଅଜବ ନୀତି !ଗୋଟିଏ ପଟେ ଚାରା ପ୍ରସ୍ତୁତି ଓ ଅନ୍ୟ ପଟେ ଗଛ କାଟ

କଳାହାଣ୍ଡି (କୋଶଲ ଜିଲ୍ଲା) ଉତ୍ତର ବନଖଣ୍ଡ ଅଧିନସ୍ଥ ନର୍ଲା ରେଞ୍ଜ ରେ ବିବାଦ ପିଛା ଛାଡ଼ୁନି । କେବେ ହଜାର ହଜାର ଚାରା କୁ ନଷ୍ଟ କରୁଛନ୍ତି ତ କେବେ ଚାରାକେନ୍ଦ୍ର ପ୍ରସ୍ତୁତି କେନ୍ଦ୍ର ପାଇଁ ହଜାର ହଜାର ବଲି ଗଛ କାଟି ଜଙ୍ଗଲ କୁ ନଷ୍ଟ କରିବା ଏବେ ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଠାରେ ପ୍ରକାଶ ଯେ ନର୍ଲା ରେଞ୍ଜ ର , ହରଲଙ୍ଗା ସେକ୍ସନ ର ହରଲଙ୍ଗା ଗ୍ରାମ ରେ ଏକ ଚାରା ଉତ୍ପାଦନ କେନ୍ଦ୍ର କରିଥିଲେ , ଉକ୍ତ ଚାରା କୁ ଖାଲିପଡ଼ିଆ ରେ ରୋପଣ ନ କରି ଫୋପାଡ଼ି ଦେଇଥିବା ଦେଖିବାକୁ ମିଳୁଛି । ସେହି ଚାରା ର ପରିମାଣ ୩୦ ହଜାର ରୁ ଉର୍ଦ୍ଧ ହେବ । ଏବଂ ସରକାର ଙ୍କ ନିୟମ ଅନୁଯାୟୀ ପୁରୁଣା ଚରା କୁ ଅର୍ଥାତ ଦେଢ଼ ଦୁଇ ବର୍ଷ ର ଚାରାକୁ ରୋପଣ କରା ଗଲେ କୌଣସି ଗଛ ନଷ୍ଟ ହେବ ନାହିଁ । ଏଣୁ ପୁରୁଣା ଚାରା କୁ ଯତ୍ନ ର ସହ ରକ୍ଷଣା ବେକ୍ଷଣା କରିବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ରେଞ୍ଜ ରେ ପୁରୁଣା ଚାରା କୁ ଯତ୍ନ ନକରି ଫିଙ୍ଗି ଦେବା କେତେ ଦୂର ଯୁକ୍ତି ଯୁକ୍ତ । ଏବଂ ବର୍ତ୍ତମାନ ନାଗଝରି ଗ୍ରାମ ଠାରେ ଆଉ ଗୋଟିଏ ଚାରା କେନ୍ଦ୍ର କରାଯାଇଛି ଓ ଏଠାରେ ଶ୍ରମିକ ମାନେ ବର୍ଷେ ହେଲା ନିଜ ପ୍ରାପ୍ୟ ପାଇ ନଥିବା ଅଭିଯୋଗ ମଧ୍ୟ ସମ୍ନାକୁ ଆସିଛି। ଏହି ଶ୍ରମିକ ମାନଙ୍କୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସାମିଲ କରିଥିଲେ ମଧ୍ୟ ଏମାନଙ୍କ ଆକାଉଣ୍ଟ ରେ ଟଙ୍କା ଜମା କରିବା ପରି ବର୍ତ୍ତେ , ଅଣ ଶ୍ରମିକ ମାନଙ୍କ ଆକାଉଣ୍ଟ ରେ ଟଙ୍କା ଜମା କରି ଅର୍ଥ ଆତ୍ମାସାତ କରୁଥିବା ଶ୍ରମିକ ମାନେ ଅଭିଯୋଗ କରୁଛନ୍ତି ।

ଗୋଟିଏ ଗରିବ ଲୋକ ନିଜ ଇନ୍ଦିରା ଆବାସ ହଉ କି ବିଜ୍ଜୁ ପକ୍କା ଘର ଘରଟେ ତିଆରି କରିବା ପାଇଁ ବଳି ଗଛ ଟେ ଆଣିଲେ , ବିଭିନ୍ନ ପ୍ରକାର ଧମକ ଚମକ ସହ ଫାଇନ କଟା ହେଉଛି ହେଲେ ନିଜେ ଜଙ୍ଗଲ ବିଭାଗ ଏତେ ବଳି କାଟିଛି ତାକୁ କିଏ ଫାଇନ କାଟିବ ? ଚାରା କେନ୍ଦ୍ର ରେ ବାଉଁଶ କିମ୍ବା ତାର ଜାଲି ବାଡ଼ ଦେବା ର ନିୟମ ରହିଛି , କିନ୍ତୁ ଅସାଧୁ ଅଧୁକାରୀ ଙ୍କ ଦୁର୍ନୀତି ମନୋଭାବ ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିବା ଜଣାପଡ଼ିଛି I ଜଙ୍ଗଲ କୁ ସୁରକ୍ଷା ନଦେଇ ନୂତନ ବଣିକରଣ କରିବା ଜଙ୍ଗଲ ବିଭାଗ କୁ ଦୁର୍ନୀତି କରିବା ପାଇଁ ସୁହାଉଛି । ଉକ୍ତ ଘଟଣା ର ସଠିକ ତଥ୍ୟ ସଂଗ୍ରହ ପାଇଁ କିଛି ସାମ୍ବାଦିକ ନର୍ଲା ବନାଞ୍ଚଲ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯାଇଥିବା ସମୟରେ ସେହି କାର୍ଯ୍ୟାଳୟ ର ବନାଞ୍ଚଲ ଅଧିକାରୀ ଗିରିଧାରୀ ନାଗ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଜାତିଆଣ ଆକ୍ଷେପ ର ଧମକ ଦେଇଥିଲେ। ଯାହାକୁ ନେଇ ବିଭିନ୍ନ ଗଣ ମାଧ୍ୟମ ରେ ଖବର ପ୍ରସାରଣ ପାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଉକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦୁର୍ଭାଗ୍ୟ ଜନକ। ଏଣୁ 5T ସଚିବ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ନେବା କୁ ସାମ୍ବାଦିକ ଙ୍କ ମହଲରୁ ଅନୁରୋଧ କରାଯାଇଛି।

Comments
Loading...