ବେଡ଼ାଗାଁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ଲାଞ୍ଜିଗଡ଼ ବ୍ଳକ ବେଡ଼ାଗାଁ ପଞ୍ଚାୟତରେ ଶନିବାର ଆମ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବେଡ଼ାଗାଁ ସରପଞ୍ଚ ପଞ୍ଚାୟତ ସୁବାସିନି ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଲାଞ୍ଜିଗଡ ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳୀ ମାଝୀ, ସଞ୍ଜିବ କୁମାର ନାଏକ, ସମ୍ମାନୀତ ଅତିଥି ଭାବେ ବିପିଏମ ସଞ୍ଜୀବ କହଁର, ନାଏବ ସରପଞ୍ଚ ଅନୁସୟା ବାଗ, ସମିତି ସଭ୍ୟା ମୁନୀ ମାଝୀ,ସମାଜସେବୀ ହରିଶଙ୍କର ପାତ୍ର, ଲାଞ୍ଜିଗଡ଼ ବ୍ଲକ ବିଜେଡ଼ି ସଭାପତି ହିମାଦ୍ରି ପେସନିଆ, ଏପିଓ ସଞ୍ଜିତ କୁମାର ପରିଡ଼ା, ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ,କାନକୁଟ୍ରୁ ସରପଞ୍ଚ ବନମାଳୀ ମାଝୀ, ସମିତି ସଭ୍ୟ ମନୋହର ହରପାଲ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଶିବିରରେ ବେଡ଼ାଗାଁ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନେଶ୍ୱର ସିଂ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଏହି ଅବସରରେ ଉଦ୍ୟାନ, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଜଙ୍ଗଲ, ପ୍ରାଣୀସମ୍ପଦ, ବିଦ୍ୟୁତ ବିଭାଗର ଷ୍ଟଲମାନ ଖୋଲା ଯାଇଥିଲା। କାର୍ଯକ୍ରମ ଶେଷରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ତଥା ଗାଁର ଯୁବକ ଯୁବତୀଙ୍କ ଦ୍ଵାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଶିବିରରେ ସୁଶୀଲ କୁମାର ବାଗ ମଞ୍ଚ ପରିଚାଳନା କରିଥିବାବେଳେ କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ ପୃଥିରାଜ ମାଝୀ, ଯୋଗାଣ ସହାୟକ ଚନ୍ଦ୍ରମଣି ଗଉଡ଼ଙ୍କ ସମେତ ଏମବିକେ,ସିଆରପି, ଗାଁସାଥୀ, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ୱାର୍ଡ଼ ସଭ୍ୟ/ସଭ୍ୟା ଓ ଅଞ୍ଚଳବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ- ମଳୟ ବେନୁଆଁ. (ରାହୁଲ୍)

Comments
Loading...