ପାହାଡ଼ପଦର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର,ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା

ଲାଞ୍ଜିଗଡ଼,୧୨/୦୨(କୋଶଲ ନ୍ୟୁଜ୍):ବିଜୁ ବାବୁଙ୍କ ସ୍ବପ୍ନ ଓଡ଼ିଶା ଗଠନ ଦିଗରେ ଦୀର୍ଘ ୨୫ ବର୍ଷ ଧରି ପ୍ରୟାସ କରି ଆସୁଛି ବିଯୁଜନତା ଦଳ। ନବୀନ ପଟ୍ଟନାୟକଙ୍କ ବରିଷ୍ଠ ନେତୃତ୍ୱ ସହ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନର ସହଯୋଗ କ୍ରମେ ଓଡ଼ିଶାର ବିକାଶ ଧାରା ଦ୍ରୁତ ଗତିରେ ଆଗେଇଚାଲିଛି। ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କ ସହ ଭାଗିଦାରିତା ନିତ୍ୟାନ୍ତ ଆବଶ୍ୟକ। ଏହାକୁ ଉପଲବ୍ଧ କରି ରାଜ୍ୟ ସରକାର ପଞ୍ଚାୟତ ସ୍ତରୀୟ ଆରମ୍ଭ କରିଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର। ୫ଟି ଯୋଜନା ମାଧ୍ୟମରେ ରୂପାନ୍ତରିତ କାର୍ଯ୍ୟକ୍ରମ ଅଧିକ ଗୁରୁତ୍ୱ ଦିଆଯିବା ସହ ବିକାଶ ନକ୍ସା ଆଙ୍କୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା ଶିବିର । ଏହି ପରିପେକ୍ଷୀରେ ସୋମବାର ପାହାଡ଼ପଦର ଖେଳ ପଡ଼ିଆ ଠାରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ହୋଇଯାଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥିଭାବେ କଳାହାଣ୍ଡି ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧକ୍ଷ ଶିବାଜୀ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଲାଞ୍ଜିଗଡ଼ ବ୍ଲକ ଅଧକ୍ଷା କମଳା ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ,ହିମାଦ୍ରୀ ପେସନିଆ,ଲୋକନାଥ ମାଝୀ,ବାତେରଳିମା ସରପଞ୍ଚ କରୁଣା, ସାନ୍ଦ୍ରୁ ମାଝୀ, ବନମାଳୀ ମାଝୀ,ପାହାଡପଦର ନାଏବ ସରପଞ୍ଚ ବିନ୍ଦୁଲତା ବିଭାର,ପାତ୍ର ମାଝୀ,ସମାଜ ସେବୀ ହରିଶଙ୍କର ପାତ୍ର, ବନପାଳ ପଦ୍ମଲୋଚନ ଶବର ପ୍ରମୁଖ ମଞ୍ଚାସିନଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ସହକାରୀ ଯନ୍ତ୍ରୀ ସାଲକୋ ହେମ୍ରମ୍ ଯୋଗଦେଇ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ରୂପାନ୍ତରିତକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ। ଏବଂ ଏହି ଅବସରରେ କୃଷି ଉଦ୍ୟାନ,ସ୍ୱାସ୍ଥ୍ୟ,ଶିକ୍ଷା,ସମନ୍ୱିତ ଶିଶୁବିକାଶ, ପ୍ରାଣୀ ସମ୍ପଦ ବିଭାଗ ସମେତ ଅନେକ ବିଭାଗର ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି ଅଧିକାରୀ ମାନଙ୍କ ଦ୍ୱାରା ମାର୍ଗ ଦର୍ଶନ ଦିଆଯାଇଥିଲା। ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଯୋଗଦେଇ ରାଜ୍ୟ ସରକାରଙ୍କ ଅନେକ ଜନହିତକାରୀ ଯୋଜନାକୁ ନୃତ୍ୟ ସଂଗୀତ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ଗ୍ରାମ ରୋଜଗାର ସେବକ ଉଗ୍ରେସନ ବାଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ସମିତି ସଭ୍ୟ ଜଗଦିଶ ବେନିଆଁ ଏବଂ ପାହାଡ଼ପଦର ପଞ୍ଚାୟତର ସମସ୍ତ କର୍ମଚାରୀ, ଗାଁ ସାଥି, ଏମବିକେ, ସିଆରପି ମାନେ ସହଯୋଗ କରିଥିଲେ।
ରିପୋର୍ଟ- ମଳୟ ବେନୁଆଁ (ରାହୁଲ୍)

Comments
Loading...