ନଳକୂପ ଅଚଳ, ପାଣି ପାଇଁ ଲୋକେ ହନ୍ତସନ୍ତ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଗୋତୋମୁଣ୍ଡା ପଞ୍ଚାୟତ ନେଗିଗୁଡା ଗ୍ରାମର ହରିଜନ ପଡାଠାରେ ଥିବା ନଳକୂପ ଦୀର୍ଘ ଦିନରୁ ଅଚଳ ପଡରହିଛି, ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନାହାନ୍ତି।ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ପାନୀୟ ଜଳଯୋଗାଣ ପାଇଁ ଅନେକ ପ୍ରକଳ୍ପ କାର୍ଯ୍ୟ ସବୁ କରୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଖାମଖିଆଲି ମନୋଭାବ ଯୋଗୁଁ କୌଣସି କାର୍ଯ୍ୟ ଠିକ ଭାବରେ ହୋଇ ପାରୁନାହିଁ।ବର୍ତ୍ତମାନ ଖରାଦିନେ ପାନୀୟ ଜଳର ଅଭାବ ପରିଲକ୍ଷିତ ହେଉଛି ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।ଏଣୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments
Loading...