ସଂସ୍କାର ଭାରତୀ ପକ୍ଷରୁ କବିତା ଉତ୍ସବ

ଭବାନୀପାଟଣା: (କୋଶଲ ନ୍ୟୁଜ୍) : ସମାଜରେ ସଂସ୍କାର ଆଣି ତାର ମଙ୍ଗଳ କାମନା କରୁଥିବା ଅନୁଷ୍ଠାନ ସଂସ୍କାର ଭାରତୀ ।କଳାହାଣ୍ଡି ଭବାନୀପାଟଣା ଶାଖା ତରଫରୁ ଗୁଗୁଲମିଟ ମାଧ୍ୟମରେ ଆୟୋଜିତ ହୋଇଯାଇଛି କବିତା ଉତ୍ସବ । ଶ୍ରୀଯୁକ୍ତ ଗଜେନ୍ଦ୍ର କୁମାର ପାଢୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ମୁଖ୍ୟବକ୍ତା ଭାବେ ଡ଼ଃ. ଜୟଦେବ ସାହୁ ଯୋଗ ଦେଇଥିଲେ। ଏହି ଉତ୍ସବକୁ ସଂସ୍କାର ଭାରତୀର ସାହିତ୍ୟ ବିଭାଗ ପ୍ରମୁଖ କବି ନାହେଦା ସାହୀନ ସଭା ପରିଚାଳନା କରିଥିଲେ। ଜିଲ୍ଲା ସଂଯୋଜକ ଭାଗିରଥି ବେହେରା ଅନୁଷ୍ଠାନର ଧ୍ୟେୟ ଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପରେ କବି ଦକ୍ଷ ସାହୁ ଓ ସ୍ୱାଗତିକା ମିଶ୍ରଙ୍କ କବିତା ସଂଯୋଜନାରେ କବି ରିତା ପାଟ୍ଟଯୋଶୀ, ବନଶ୍ରୀ ଦାସ, ଅଞ୍ଜଳି ପଟ୍ଟନାୟକ, ବିରଞ୍ଚି ନାରାୟଣ ମୁଣ୍ଡ ଯୁଧିଷ୍ଠିର ମୁଦୁଳି, ମୀନା ମୁଣ୍ଡ, ଦୀପ୍ତି ମୁଣ୍ଡ, ଅଙ୍କିତ ରଥ, ସୁଦେଷ୍ଣl ପଣ୍ଡା, ସନ୍ତୋଷ କୁମାର ଶତପଥୀ, ପ୍ରଳୟ ମହାପାତ୍ର, ପ୍ରତାପ ପଣ୍ଡା, ଭାଗିରଥି ସାଗର,ଝରଣା ପାଢ଼ୀ, ମଞ୍ଜୁ ରାଣୀ ରଥ,କଳ୍ପନା ରଥ, ମିନତୀ ପ୍ରଧାନ, କବିତାଞ୍ଜଳି ପଣ୍ଡା ଓ ଶ୍ୟାମସୁନ୍ଦର ବାଣୁଆ ପ୍ରମୁଖ ୪୦ରୁ ଅଧିକ କବି କବିତା ପାଠ କରିଥିଲେ।ଏଥିରେ ଉମେଶ ପଣ୍ଡା, ପରମେଶ୍ୱର ମୁଣ୍ଡ, ପ୍ରଭାସ ମିଶ୍ର, ଶେଷ ଦେବ ମିଶ୍ର, ଜ୍ୟୋତିରାଣୀ ଦାସ, କାଜଲ ମହାରଣା ଓ ଡିଲେଶ୍ୱର ରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବ ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହୋଇଥିବା ବେଳେ, କବି ବନଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...