ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ.ପକ୍ଷରୁ ଲାଞ୍ଜିଗଡ଼ ବିଜେପୁରରେ ତାଲିମ ପ୍ରଦାନ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଶୁକ୍ରବାର ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ଼ ପକ୍ଷରୁ କର୍ମ କର୍ତା ଚୟନ ବୈଠକ ଓ ତାଲିମ ଅନୁଷ୍ଠିତ ହୋଇ ଥିଲା।ଉକ୍ତ ତାଲିମ ସୁଶାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ସି.ଇ.ଓ ମୋହନ ପଟେଲ ଡି.ଇ.ଏମ୍ ସୁମନ୍ତ ସାହୁ ଯୋଗଦେଇ ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିମିଟେଡ଼ ପକ୍ଷରୁ ଗରିବ ଲୋକଙ୍କ ପାଇଁ ଦୋକାନ ବଜାର୍ ଠାରୁ କମ୍ ମୂଲ୍ୟ ବା ୧୫ ରୁ ୫୦ ପ୍ରତିଶତ ରିହାତିରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ବ କରି ବିଭିନ୍ନ ବ୍ୟବହୃତ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ କର୍ମୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ତାଲିମ ଦେଇଥିଲେ। ଏହି ସୋସାଇଟିରେ ସଦସ୍ୟ ହେବା ପାଇଁ ୨୫୦ ଟଙ୍କା ଦେଇ ପଞ୍ଜିକୃତ କରିବାକୁ ପଡ଼ୁଥିବା ବେଳେ ମାତ୍ର ୨୫୦ ଟଙ୍କାରେ ଯେଉଁ ପରିବାର ପଞ୍ଜିକୃତ କରିଥିବେ ସେହି ପ୍ରତ୍ୟୋକ ଗରିବ ପରିବାରଙ୍କ ପାଇଁ ଦୁର୍ଘଟଣା ଜନିତ ପାଞ୍ଚ ହଜାର ରୁ ଏକ ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବା ସହିତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରକାଶ ପାଇଛି। ଏଥିରେ ଲାଞ୍ଜିଗଡ଼ ବ୍ଲକର ୯ଟି ଗ୍ରାମପଞ୍ଚାୟତର ୨୦ଜଣ ପି.ଇ.ଓ, ଏଫ୍.ପିଇ.ଓ ପଦବୀରେ ଯୋଗଦାନ କରି ତାଲିମ ଗ୍ରହଣ କରିଥିବାବେଳେ ଏବେ ଲାଞ୍ଜିଗଡ଼ ବ୍ଲକରେ ଆରମ୍ଭ ହେବ ଓଡ଼ିଶା ରାଜ୍ୟ ସମବାୟ ସମିତି ଲିଃ ପକ୍ଷରୁ ଉଚିତ ଭାବେ କାର୍ଯ୍ୟକାରି ହେବବୋଲି ଶ୍ରୀ ପଟେଲ ପ୍ରକାଶ କରିଛନ୍ତି ।

ରିପୋର୍ଟ-ମଳୟ ବେନୁଆଁ.

Comments
Loading...