ଶାଗୁଆନ ଗଛ କାଟି ବିବାଦରେ ବିଦ୍ୟାଳୟ

କଲମପୁର୧୧/୪(କୋଶଲ ନ୍ୟୁଜ୍):-ଗତକାଲି ଉତ୍ତରାଧିକାରୀ ପ୍ରମାଣପତ୍ର ଜାଲିଆତି ମାମଲାରେ ଜନୈକ ଶିକ୍ଷକ ଜେଲ୍ ଯିବା ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ବିଦ୍ୟାଳୟର ଶିକ୍ଷକ ମୂଲ୍ୟବାନ ଶାଗୁଆନ ଗଛ କାଟି ବିବାଦ ଭିତରେ ଛନ୍ଦି ହେବାରେ ଲାଗିଛନ୍ତି, ଫଳରେ ଅଭିଭାବକ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି, ସୂଚନା ମୁତାବକ କଲମପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଶାଗୁଆନ ଗଛ ଲଗାଯାଇଥିଲା, ତାହାକୁ କାଟି ସେହି ସ୍ଥାନରେ ବିଦ୍ୟାଳୟ ପ୍ରକୋଷ୍ଠ ନିର୍ମାଣ ପାଇଁ ଗଛ କାଟିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ବିଦ୍ୟାଳୟ ପରିଚାଳନା କମିଟି ଉଦ୍ୟମ କରିଥିଲେ, କିନ୍ତୁ ଗଛ କାଟିବାକୁ ବନବିଭାଗ ଅନୁମତି ଦେଲାନାହି, ଏଥିପାଇଁ ପରିଚାଳନା କମିଟି ରେଜ୍ୟୁଲେସନ କରି ଲକ୍ଷାଧିକ ଟଙ୍କାର ଶାଗୁଆନ ଗଛ କାଟିଦେଲେ, ପରବର୍ତ୍ତୀ ସମୟରେ ଜଗନ୍ନାଥ ପରିଚାଳନା କମିଟି ସେହି ଗଛ ଗୁଡ଼ିକୁ ନିଲାମରେ ନେବା ପାଇଁ ନିଷ୍ପତ୍ତି ହେଲା, ଲକ୍ଷାଧିକ ଟଙ୍କାର ଶାଗୁଆନ ଗଛକୁ ୧୨ ହଜାରରେ ନେବାପାଇଁ ଧାର୍ଯ୍ୟ ହେବା ମନ୍ଦିର ପରିଚାଳନା କମିଟି ଦୀର୍ଘଦିନ ହେବ ନେଲା ନାହିଁ, ଏହାପରେ ସର୍ବସାଧାରଣରେ ନୀଲାମ କରିବାକୁ ବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତି ନେବା ବେଳକୁ ମନ୍ଦିର ପରିଚାଳନା କମିଟି ଗଛ ଆମେ ନେବାପାଇଁ ନିଷ୍ପତ୍ତି ହୋଇଛି ଏଣୁ ସେହି ନୀଲାମ ଆମେ କରିବୁ ବୋଲି ୪୫ ହଜାର ଟଙ୍କାରେ ଗତକାଲି ବୁଧବାର ଦିନ ନୀଲାମ କଲେ, ବିଡ଼ମ୍ବନା ଏଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳନା କମିଟି ସଦସ୍ୟ କିମ୍ବା ଗ୍ରାମବାସୀ ଅନୁପସ୍ଥିତ ସମୟରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କୁ ଡାକି ମନ୍ଦିର ପରିଚାଳନା କମିଟି ନିଲାମ କରିଦେଲେ,ଏଠାରୁ ଆରମ୍ଭ ହେଲା ବିବାଦ,ଲୋକେ କହିଲେ ଆମେ ମନ୍ଦିର କାର୍ଯ୍ୟରେ ବ୍ୟବହାର ହେବା ପାଇଁ ଚୁପ୍ ରହିଲୁ, ସେତେବେଳକୁ ଗଛ ନେଲେ ନାହିଁ, ଏବେ ବେପାର କରି ମୁନାଫା କମାଇବାକୁ ଦିଆଯିବ ନାହିଁ, ବିଦ୍ୟାଳୟର ସମ୍ପତ୍ତି ବିଦ୍ୟାଳୟ ହିଁ ବୁଝିବ ବୋଲି ରୋକଠୋକ ମନାକରି ବନବିଭାଗକୁ ସୂଚନା ଦେଇଥିଲେ, ବନବିଭାଗ କର୍ମଚାରୀ ଆସି ଆଜି ବିଦ୍ୟାଳୟ ପରିସରରୁ ବୋଝେଇ ହୋଇ ଯିବା କଟା ଶାଗୁଆନ ଗଛକୁ ନେବାକୁ ବାରଣ କରିବାରୁ ନିଲାମଧାରୀ ନେଇ ପାରିଲା ନାହିଁ,ପରିତାପର ବିଷୟ ଏହି ଯେ ବିଦ୍ୟାଳୟ ପରିଚାଳନା କମିଟି ଓ ମନ୍ଦିର ପରିଚାଳନା କମିଟି ଅଧିକାଂଶ ସଦସ୍ୟ ଏବିଷୟରେ ଜାଣିନଥିବା ପ୍ରକାଶ କରିଛନ୍ତି, ଉପସ୍ଥିତ କିଛି ସଦସ୍ୟ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଉପରେ ଦୋଷାରୋପ କରିଛନ୍ତି, ବିଡ଼ିଓ ଶ୍ରୀ ମାଣ୍ଡାଙ୍ଗି ଫୋନ୍ ନ ଉଠାଇବାରୁ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଏସମନ୍ଧିୟ କୋୖଣସି କାଗଜପତ୍ର ବିଷୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବରାଜ ବେମାଲ ଲୋକଲୋଚନକୁ ଆଣି ପାରି ନାହାନ୍ତି, ପ୍ରକାଶ ଯେ ମନ୍ଦିର ପରିଚାଳନା ଦାୟିତ୍ବ ସ୍ଥାନୀୟ ତହସିଲଦାର ନିର୍ବାହ କରି ଆସୁଥିବା ଗତ କିଛିଦିନ ତଲେ ଏକ ୧୧ ଜଣିଆ କମିଟି ଗଠିତ ହୋଇ ଦେବୋତ୍ତର ବିଭାଗରୁ ମଞ୍ଜୁରୀ ପାଇଁ ପ୍ରେରଣ କରାଯାଇଛି,ଯାହାକି ଅନୁମୋଦନ ହୋଇ ଆସିନାହିଁ, ଦୋଷ କାହାର ଭୋଗିବ କିଏ ଏ ପ୍ରଶ୍ନ ଏଠାରେ ଉଙ୍କି ମାରୁଥିବା ବେଳେ ଜିଲ୍ଲା ଉଚ୍ଚ କର୍ତ୍ତୃପକ୍ଷ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି,
କଳମପୁର ରୁ ଭୋଜରାଜ ଛତ୍ରିଆ ଙ୍କ ରିପୋର୍ଟ l

Comments
Loading...