ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ର ଚାରା ବିତରଣ କାର୍ଯ୍ୟକ୍ରମ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଆଜି କଳାହାଣ୍ଡି ର ଅଗ୍ରଣୀ ସଂଗଠନ ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ପକ୍ଷରୁ ଟିପିଗୁଡା ବଜାର ଠାରେ ଧର୍ମଗଡ ଟିମ୍ ଉପ-ସଭାପତି ଲକ୍ଷ୍ମିକାନ୍ତ ନାଏକ ଙ୍କ ପରିଚାଳନା ରେ ଲୋକଙ୍କୁ ମାଗଣା ରେ ୩୦୦ ଚାରା ବିତରଣ କରାଯାଇଥିଲା ।
ଗତ କରୋନା ସମୟ ରେ ଅମ୍ଲଜାନ ପାଇଁ ସାରା ବିଶ୍ୱ ବିପଦ ର ସମ୍ମୁଖିନ ହେଇଥିଲା ତାହାକୁ ଆଖି ଆଗରେ ରଖି ସଂଗଠନ ଏପରି ଅଭିଯାନ ଆରମ୍ଭ କରିଛି ଓ କରୋନା କଟକଣା ମାନି ଏହା କଳାହାଣ୍ଡି ର ପ୍ରତେକ ବ୍ଲକ୍ ର ସାପ୍ତାହିକ ବଜାର ତଥା ଜନ ଗହଲି ଥିବା ସ୍ଥାନ ରେ ଚାର ବିତରଣ କରିବ ଏବଂ ସମସ୍ତ ଜନସାଧାରଣଙ୍କୁ ଗଛ ଲଗେଇ ଜଗାଇବା ପାଇଁ ଆହ୍ୱାନ ଦେବ ବୋଲି ସଂଗଠନ ର ଜିଲ୍ଲା କାର୍ଯ୍ୟକାରି ସଭାପତି ମହେଶ୍ୱର ସୁନାନୀ କହିଛନ୍ତି ।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କୋଷାଧ୍ଯକ୍ଷ ମୃତୁଞ୍ଜୟ ନାଏକ ଉପସ୍ଥିତ ଥିବା ବେଲେ ସୁନିଲ୍ ଜଗତ, ଗ୍ୟାନ ରଞ୍ଜନ ନାଏକ,ସୁସାନ୍ତ ନାଏକ,ଅତୁଲ୍ୟ ପଣ୍ଡା,ରୁକଚନ୍ ମାଝି,ଚିତ୍ତରଞନ ନାଏକ,ରାଜା ଦୁର୍ଗା,ଅଙ୍କିତ ସେଠି ,ଦିନେସ୍ ପ୍ରଧାନ ସହଯୋଗ କରିଥିଲେ ।
ଏପରି କାର୍ଯ୍ୟକୁ ଦେଖି ଅଞ୍ଚଳ ରେ ପ୍ରଶଂସା କରାଯାଉଛି ॥

Comments
Loading...