ଅସହାୟ ଗରିବ ବିଧବା ଗୁଞ୍ଜ ସାହୁଙ୍କ ପରିବାରକୁ ସରକାରଙ୍କ ଅଣଦେଖା ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ

ଦେବଗଡ଼: ଅସହାୟ ଗରିବ ବିଧବା ଗୁଞ୍ଜ ସାହୁଙ୍କ ପରିବାରକୁ ସରକାରଙ୍କ ଅଣଦେଖା ସରକାରୀ ସହାୟତା ପାଇଁ ଦାବୀ କରିଛନ୍ତି ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ। ମାନ୍ୟବର ଓଡ଼ିଶା ସରକାର, ଗରିବ ବିକାଶ, ଗରିବ ହଟାଅ, ଗରିବର ସାଥୀ, ଇତ୍ୟାଦି ନାରାବାଜି ରେ ସୋସିଆଲ ମିଡ଼ିଆ କମ୍ପି ଉଠୁଛି । ହେଲେ ଏଠି ଗ୍ରାମାଞ୍ଚଳରେ ଜନତାକୁ କିଏ ପଚାରେ । ନା ଲୋକପ୍ରତିନିଧି, ନା ପ୍ରଶାସନ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନାଉଲିପଡା ପଞ୍ଚାୟତ ଅନ୍ତର୍ଗତ ଭିତରପଦ ଗାଁ ରେ ରୁହନ୍ତି ଅସହାୟ ଗରିବ ବିଧବା ଗୁଞ୍ଜ ସାହୁ ବୟସ ୬୦ ରୁ ଉର୍ଦ୍ଧ୍ବ ସ୍ବାମୀ ସ୍ବର୍ଗତ ଏକାଦୁଶିଆ ସାହୁ ସ୍ବାମୀ ମରିବାର ଆଜକୁ ୭ ବର୍ଷ ବିତି ଗଲାଣି। ଏବେ କିଛି ଦିନ ତଳେ ବିଧବା ଭତ୍ତା ଖଣ୍ଡିକ ସରକାର ଯୋଗାଇ ଦେଇଥିଲେ ମଧ୍ୟ ଦୁଃଖ ପିଛା ଛାଡୁନି। ପାଞ୍ଚ ପ୍ରାଣୀ କୁଟୁମ୍ବ ପୁଅ ବହୁ ନାତି ନାତୁଣୀ କୁ ନେଇ ପରିବାର। ମୁଣ୍ଡ ଗୁଞ୍ଜିବାକୁ ସ୍ଥାୟୀ ଭାବରେ ଘର ଖଣ୍ଡିଏ ନାହିଁ। ଏଠି ଦେଖିଲେ ଯେମିତି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର କେବଳ କାଗଜ କଲମରେ ସୀମିତ ରହିଛି। ଝାଟିମାଟି କୁଡ଼ିଆରେ ରହୁଥିବା ଏହି ପାଞ୍ଚ ପ୍ରାଣୀ କୁଟୁମ୍ବ କୁ ଆପଣ କେବେ ନ ଆସି ଦେଖିଲେ ବିଶ୍ୱାସ କରିବେ ନାହିଁ। ଏଭଳି ଘଟଣାର ଖବର ପାଇ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ ଯୋଗାଯୋଗ କରି ଭଲମନ୍ଦ ବୁଝିବା ସହିତ ପରିବାରକୁ ଭେଟି ଆଗାମୀ ଦିନରେ ଏହି ଅସହାୟ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେବା ସହ ଅନ୍ତୋଦୟ ଯୋଜନାରେ ରାସନ୍ କାର୍ଡ ଖଣ୍ଡିଏ ଯୋଗାଇ ଦେବାକୁ ସ୍ଥାନୀୟ ପ୍ରଶାସନ ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତିି।
ରିପୋର୍ଟ : ପ୍ରଭାସିନୀ ନାୟକ (ଦେବଗଡ)

Comments
Loading...