ପ୍ରେମି ଯୁଗଳଙ୍କ ଆତ୍ମହତ୍ୟା

କଳାହାଣ୍ଡି(କୋଶଲ ନ୍ୟୁଜ)କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଗ୍ରାମର ଜଣେ ଯୁବତୀ ଓ ଜଣେ ଯୁବକ ଏକ ବରଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ମୃତ ଦୁହେଁ ହେଲେ ବାମ ଦେବ ମୁକୁଳିଆ ଙ୍କ ଝିଅ କୁନ୍ତଳା ଓ ଶିବ ଜୁଏଡ଼ ଙ୍କ ପୁଅ କୁନା ଜୁଏଡ଼ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ମୃତ ଦୁହିଁଙ୍କର ପାର୍ଶ୍ୱପ୍ରତିକ୍ରିୟା ରୁ ପ୍ରେମ ଜନିତ ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଏ । ଘଟଣା ସ୍ଥଳକୁ ବର୍ତ୍ତମାନ ଆମ୍ବପାଣି ପୋଲିସ ଓ ସାଇନ୍ସଟିଂ ପହଂଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝୁଲନ୍ତା ଶବ କୁ ପୋଲିସ ଉଦ୍ଧାର କରିଛି ।।

Comments
Loading...