ମୋ ଚାଟଶାଳୀ ଯୋଜନା ମାଧ୍ୟମରେ ଶିକ୍ଷା ଦାନ ଆରମ୍ଭ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ଅନ୍ତର୍ଗତ ଟିପିଗୁଡା ଗ୍ରାମପଞ୍ଚାୟତର ଭିରକାପଡା ଠାରେ ମୋ ଚାଟଶାଳୀ ଯୋଜନାରେ ଶିକ୍ଷା ଦାନ ଆରମ୍ଭ ହୋଇଯାଇଛି।ଏହା ନାଗରିକ ବିକାଶ ସଂଗଠନ,କଳାହାଣ୍ଡି ତଥା ମହିଳା ଶ୍ରମଜୀବି ମଞ୍ଚ ଓଡିଶା ଓ ଓଡିଶା ଶ୍ରମଜୀବି ମଞ୍ଚର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି ।
ମୋ ଚାଟଶାଳୀ ଯୋଜନା ପ୍ରାୟ ୧୭ ଗୋଟି ଜିଲ୍ଲାରେ ଚାଲିବ ଏବଂ ଏଥିରେ ପ୍ରାୟ ଏକଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି।ଏଥିରେ ପ୍ରାୟ ଗରିବ ଶ୍ରେଣୀ ଓ ସରକାରୀ ସ୍କୁଲର ପଢୁଥିବା ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା ଦାନ ଦିଆଯିବ ।ଏଥିରେ ଲକଡାଉନ ସମୟରେ ଯେଉଁ ଛାତ୍ରଛାତ୍ରୀ ମାନେ ନେଟୱାର୍କ କିମ୍ବା ମୋବାଇଲ ପାଇଁ ଶିକ୍ଷା ଠାରୁ ବଞ୍ଚିତ ଥିଲେ ସେମାନେ ଉପକୃତ ହେବେ।ଏଥିରେ ନାଗରିକ ବିକାଶ ସଂଗଠନ ର ସକୁନ୍ତଳା ନାଏକ, ବିଷୟା ନାଏକ ତଥା ବ୍ଳକ ସଂଯୋଜକ ଜଗନ୍ନାଥ ଶଗଡିଆ,ଜନସାଥି ନିଳେଦ୍ରୀ ବୋଡେକ ଓ ସ୍ୱଛାସେବୀମାନେ ଯଥା ଘନଶ୍ୟାମ ନାଏକ ,କଳ୍ପନା ମାଝୀ,ରଶ୍ମିତା ନାଏକ ,ଯୋଗେନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ରହି ବ୍ଳକ ସ୍ତରୀୟ ଉଦଘାଟନୀ ଉସ୍ରବକୁ ସାଫଳ୍ୟ କରିଥିଲେ।
Comments
Loading...