ପ୍ରଥମ ବର୍ଷାରେ ରାସ୍ତାର ଅବସ୍ଥା ବେହାଲ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପିପଲ ପଡା କୁ ଯାଉଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ। ଖୁଣ୍ଟିଆ ପଟରୁ କେନାଲ ରାସ୍ତା ଦେଇ ପିପଲ ପଡା ଯିବାକୁ ହେଲେ ଏହି ରାସ୍ତା ଦେଇ ଯିବାକୁ ପଡିଥାଏ। ବର୍ଷା ହେବାରୁ ଯାଉଥିବା ରାସ୍ତାରେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇ କାଦୁଅ ପଚ୍ ପଚ୍ କରୁଛି ଯାହା ଫଳରେ ପଡା ବାସୀ ଯିବା ଆସିବା ରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୁଣି ସେହି ରାସ୍ତା ଦେଇ ଗାଡ଼ି ମୋଟର ଟ୍ରାକ୍ଟର ଚଳାଚଳ କରୁଥିବାରୁ ରାସ୍ତାଟି ପୁରା ବିପଦ କୁ ଆମନ୍ତ୍ରଣ କରୁଥିବାର ମନେ ହେଉଛି। ଏହି ରାସ୍ତାଦେଇ ପଡା ବାସୀ ବିଭିନ୍ନ କାମ ପାଇଁ ଯା ଆସ କରୁଥିବାରୁ ଏବଂ କୌଣସି ଏକ ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଦୃଷ୍ଟି ଦେବା ସହିତ ଅତି ଶୀଘ୍ର ରାସ୍ତା ମରାମତି କରିବାକୁ ପଡା ବାସୀଙ୍କ ଦାବୀ ହେଉଛି।

Comments
Loading...