ବସ୍ ଧକ୍କା ରେ ଗୋଟିଏ ପରିବାର ର ୩ ମୃତ, ସ୍ବାମୀ,ସ୍ତ୍ରୀ ଏବଂ ଝିଅ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡୁଙ୍ଗୁରୀଗୁଡାରେ ବସ୍ ବାଇକ୍ ମୁହାଁ ମୁହିଁ ଧକ୍କା I ଘଟଣା ସ୍ଥଳରେ ଗୋଟିଏ ପରିବାର ର ୩ ଜଣ ମୃତ I ବାପା ମାଆ ଏବଂ ଝୀଅ ସୂଚନା ରହିଛି I କେଁ ଗାଁରୁ କେସିଙ୍ଗା ଅଭିମୁଖେ ଜୟ ଜଗନ୍ନାଥ ବସ ଡୁଙ୍ଗୁରୀଗୁଡା ଠାରେ ଏକ ବାଇକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା I ଫଳରେ ବାଇକ ଚାଳକଙ୍କ ସହ ବାଇକରେ ବସିଥିବା ମହିଳା ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ଯୁ ହୋଇଥିଲା I ବାଇକ୍ ରେ ବସିଥିବା ଅନ୍ଯ ଜଣେ ଝିଅ ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆ ଯାଇଥିଲା I ତେବେ ଧର୍ମଗଡ ଡାକ୍ତରଖାନାରେ ମୃତ୍ଯୁ ହୋଇଥିବା ଜଣାପଡିଛି I ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି I ମୃତକ ମାନେ ସ୍ବାମୀ,ସ୍ତ୍ରୀ ଏବଂ ଝିଅ ବୋଲି ଜଣା ପଡିଛି I ସ୍ଥାନୀୟ ତୁରେଛଡା ଗାଁର କୃଷ୍ଣଚନ୍ଦ୍ର ବାଗ ,ସୁକେଶି ବାଗ,ଏବଂ ତାଙ୍କ ଝୀଅ ସୁପ୍ରିୟା ବାଗ ବୋଲି ଜଣା ପଡିଛି |

Comments
Loading...