ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଖୁଟୁଲୁ ଗୁଡା ଠାରେ ଭାରତ ସରକାରଙ୍କ ଯୁବ ବ୍ଯାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ତରଫରୁ ନେହେରୁ ଯୁବ କେନ୍ଦ୍ର, କଳାହାଣ୍ଡିଙ୍କ ଉଦ୍ୟମ ଏବଂ ମହାକଲେଶ୍ୱର ସାଂସ୍କୃତିକ ଅନୁଷ୍ଠାନ,ଖୁଟୁଲୁଗୁଡାଙ୍କ ସହଯୋଗ କ୍ରମେ ଖୁଟୁଲୁଗୁଡ଼ା ଖେଳ ପଡିଆ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ଜାତୀୟ ଯୁବ ସ୍ବେଚ୍ଛାସେବୀ ମହେଶ୍ୱର ସୁନାନୀ ଓ ରୁଦ୍ର ମହାରଣା ପରିଚାଳନା କରିଥିଲେ । ପରିବେଶକୁ କିପରି ସବୁଜ ସୁନ୍ଦର ରଖାଯିବ ଓ ଯୁବ ସମାଜ ଯେମିତି ଗଛ ଲଗାଇବା ପାଇଁ ଆଗକୁ ଆସିବେ ସେ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦିଆଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଯୁବକ ସଂଘ ର ସଭାପତି ରଶ୍ମିରଞ୍ଜନ ଗୋପଳ, ସମ୍ପାଦକ ରମନୀ ବାଗ, ରମେଶ ଗୋପାଳ, କାବୁଲ ଦୀପ, ବିଶ୍ୱାଳ ଦୀପ, ବସନ୍ତ ,ଗୋପାଳ, ପ୍ରବୀର ବାଗ ସହିତ ଅନେକ ଅନୁଷ୍ଠାନ ର ସ୍ବେଚ୍ଛାସେବୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟମଣ୍ଡିତ କରିଥିଲେ ।
ପରିଶେଷରେ ପୂର୍ବତନ ଜାତୀୟ
ଯୁବ ସ୍ବେଚ୍ଛାସେବୀ ଅକ୍ଷୟ କୁମାର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...