ବିଶିଷ୍ଟ ଶିଳ୍ପପତି ତ୍ରିଲୋଚନ ଅଗ୍ରୱାଲ ଙ୍କ ପରଲୋକ

କଳମପୁର 21/2 (କୋଶଲ ନ୍ୟୁଜ )କଳାହାଣ୍ଡି ଜିଲ୍ଲା କୋକକସରା ବ୍ଳକ ଲଡୁଗାଁର ଜଣାଶୁଣା ଶିଳ୍ପପତି ତଥା ସାମାଜ ସେବୀ ତ୍ରିଲୋଚନ ଅଗ୍ରୱାଲ(୬୬)ଙ୍କ ପରଲୋକ ଘଟିଛି । ଗାଁ ସ୍ଥିତ ମଙ୍ଗଳବାର ନିଜ ପୈତୃକ ବାସଭବନରେ ତାଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ବୁଧବାର ତାଙ୍କ ଅନ୍ତିମ ସତ୍କାର କରାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ଵଜନ ପହଞ୍ଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସ୍ବର୍ଗତ ଅଗ୍ରଓ୍ବାଳ ଜଣେ ସାମାଜିକ କର୍ମୀ,ପରୋପକାରୀ ,ବିଶିଷ୍ଟ ଶିଳ୍ପପତି ବ୍ଯକ୍ତି ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ କୋକସରା ବ୍ଳକ ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।

Comments
Loading...