ସମାଜସେବି ଙ୍କ ହସ୍ତକ୍ଷେପ ପରେ ମଞ୍ଜା ପାଇଲେ ହୁଇଲଚେୟାର

କଳାହାଣ୍ଡି (କୋଶଲ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗୁର୍ଜୁଙ୍ଗ ପଞ୍ଚାୟତ ଡ଼ଙ୍ଗାପଖାନ ଗାଁ ର ମଞ୍ଜା ପରାଭୋଇ l ଦୀର୍ଘ ବର୍ଷ ତଳେ ସେ ପକ୍ଷ ଘାତ ରୋଗରେ ପୀଡିତ ହୋଇ ଘରେ ରହୁଥିଲେ l ସେ ନାଁ ଉଠି ପାରୁଛନ୍ତି ନାଁ କୁ ଆଡେ ବୁଲି ପାରୁଛନ୍ତି l ଘରେ କେବଳ ଖଟ ରେ ସୋଇ ପଡି ରହୁଛନ୍ତି l ସେ 80% ଦିବ୍ୟାଙ୍ଗ ଅଟନ୍ତି l ଚାଲି ପାରନ୍ତି ନାହିଁ ବଲି ହୁଇଲଚେୟାର ଟିଏ ଦେବାକୁ ସେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହିଥିଲେ l ହେଲେ କେହି ସହଯୋଗ କରି ନଥିଲେ l କିଛିଦିନ ତଳେ ସମାଜସେବି ଯଶୋବନ୍ତ ରଣାଙ୍କୁ ଏହି ସମସ୍ୟା ବିଷୟରେ ଫୋନ ଯୋଗେ ସେଠାକାର ସମାଜସେବି ଜଣାଇଥିଲେ l ପରେ ଏହି ସମସ୍ୟା କୁ ଟ୍ୱିଟର ମାଧ୍ୟମରେ ମୋ ସରକାର,କଳାହାଣ୍ଡି ଜିଲ୍ଲାପାଳ, ଭବାନୀପାଟଣା ପଞ୍ଚାୟତ ସମିତି ଙ୍କୁ ଯଶୋବନ୍ତ ରଣା ଅଭିଯୋଗ କରିଥିଲେ l ଅଭିଯୋଗ ର ଗୋଟିଏ ଦିନ ପରେ ତାଙ୍କୁ ଠିକ ରେ ବୁଲାବୁଲି କରିବାପାଇଁ ଓ ଲାଟ୍ରିନ କୁ ଯିବା ଆସିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗୋଟିଏ ହୁଇଲଚେୟାର ପ୍ରଦାନ କରିଛନ୍ତି l ଏହି ସୁବିଧା ପାଇ ମଞ୍ଜା ପରାଭୋଇ ଅତ୍ୟନ୍ତ ଖୁସି ହୋଇଛନ୍ତି l ଏବେ ବୁଲାବୁଲି କରିବାରେ ଅସୁବିଧା ହେବ ନାହିଁ କି କୁଆଡେ ଗଲେ ମଧ୍ୟ ଅସୁବିଧା ହେବନାହିଁ ବୋଲି କହିଛନ୍ତି ଓ ସମାଜସେବୀ ଯଶୋବନ୍ତ ରଣା ଙ୍କୁ ପରିବାର ର ସମସ୍ତେ ଭୁରି ଭୁରି ପ୍ରଶଂସା କରିଛନ୍ତି l

Comments
Loading...