କେବେ ମିଳିବ ଅସହାୟ କୁ ସରକାରୀ ସହାୟତା

ସରକାର ଗରିବ, ଅସହାୟ, ନିରାଶ୍ରୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପଞ୍ଚାୟତ କାର୍ଯ୍ୟାଳୟର ଖାମଖିଆଲି ମନୋଭାବ ଏବଂ ଜିଲାପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନାର ସୁଫଳ ଯୋଗ୍ୟହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ଫଳରେ ଯୋଜନା ଯୋଜନାରେ ହିଁ ରହିଯାଉଛି। ଏହିପରି ଏକଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଘୁଚେପାଲି ପଞ୍ଚାୟତର ଦନ୍ଦ୍ରାବାହାଲ ଗ୍ରାମର ଜଗଦିଶ ଶବର ବୟସ (64 ) ହେଲେ ଏଯାଏ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !

ଜଗଦିଶ ଜଣେ ଅତି ଗରିବ ନିରାଶ୍ରୟ ହୋଇଥିବାବେଳେ ଆଜିଯାଏ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ଏନେଇ ବହୁ ବାର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରି କରି ଥକି ଗଲେଣି। ଖାଲି ମିଳୁଛି ମିଥ୍ୟା ପ୍ରତିଶ୍ରୁତି। ଜଗଦିଶ ନିଜେ କୁହନ୍ତି ଆଗରୁ ଦିନମଜୁରି କରି ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ। ମାତ୍ର ଏବେ ବାର୍ଦ୍ଧକ୍ୟ ଯୋଗୁ କାମଧନ୍ଧା କରିପାରୁ ନାହାନ୍ତି। ଜିଲାପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

Comments
Loading...