କିଏ ବୁଝିବ କୁମ୍ଭାରଙ୍କ ଦୁଃଖ

କଳାହାଣ୍ଡି : (କୋଶଲ୍ ନ୍ଯୁଜ୍ ବ୍ଯୁରୋ ) ମାଟିର ମଣିଷ ମାଟିରେ ମିସେ l ଏନ୍ତୁଡି ଶାଳ ହେଉ ଅବା ଅନ୍ତିମ ଯାତ୍ରା ସବୁଠି ଆବଶ୍ଯକ ହୋଇଥାଏ ମାଟି l ଏପରି କି ମାଟି ରୁ ଖାଦ୍ଯ ମିଳେ ପାନୀୟ ମିଳେ ଚୂଳି ପାଇଁ ଚାଳ ଆଉ ରାନ୍ଧିବା ପାଇଁ ପାତ୍ର ବି ମିଳେ l ତେବେ ସମୟ ବଦଳିବା ସାଙ୍ଗକୁ ବଦଳି ଯାଉଛି ଚକର ଗତି l ମାଟିରୁ ଖାଦ୍ଯ ମିଳୁଛି ହେଲେ ରନ୍ଧା ଶାଳର ମାଟି ପାତ୍ର କିନ୍ତୁ ଇତିହାସ ହୋଇ ରହିଯାଇଛି l ଫଳରେ ଦିନ କୁ ଦିନ ଚିକ୍ ମିକ୍ ଦୁନିଆରେ ଲୋପ ପାଇବାକୁ ବସିଛି ମାଟି ପିଣ୍ଡୁଳା l ଆଧୁନିକ ବଜାରରେ ଚାଇନା କ୍ଲେ ,ପଲାଇବର୍ ,ପ୍ଲାଟିକ୍, ଷ୍ଟିଲ୍, ଆଲୁମିନିୟମ୍ ଓ କାଚ ସାମଗ୍ରୀ ଏବେ ଲୋକଙ୍କ ହାତ ପାହାନ୍ତାରେ l ଯାହା ଫଳରେ ଅଲୋଡା ହେଉଛି ମାଟି ପାତ୍ର l କିନ୍ତୁ ତଥାପି ଏଇ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି କୁମ୍ଭାର ପରିବାର l ମାଙ୍ଗଳିକ କାର୍ଯ୍ଯ ର ହାଣ୍ଡି ମୁଙ୍ଗୁଳା ଠୁ ଆରମ୍ଭ କରି ନିତି ଦିନିଆ କାର୍ଯ୍ଯରେ ବ୍ଯବହାର ହେଉଥିବା ସମସ୍ତ ମାଟି ସାମଗ୍ରୀକୁ ତିଆରି କରିଥାନ୍ତି ଏହି କୁମ୍ଭାର ପରିବାର l ଦେଶର କୋଣ ଅନୁକୋଣରେ ଆଜି ବି କୁମ୍ଭାର ଅଛନ୍ତି l କୁମ୍ଭାର ର ଚକ ତ ଘୁରୁଛି କିନ୍ତୁ ସମୟର ତାଳ ଦେଇ ଜିବନ ର ଗତି ପଥରେ ଗତି କରି ପାରୁ ନାହାନ୍ତି କୁମ୍ଭାର ପରିବାର l



ଏ ଚିତ୍ର ଟି ହେଉଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ସାପଲହରା ଗାଁରେ ରହୁଥିବା କୁମ୍ଭାର ପରିବାରଙ୍କ ଚିତ୍ର l କୁମ୍ଭାର ପରିବାରଙ୍କ ବୃତ୍ତି ହେଉଛି ମାଟି ସାମଗ୍ରୀ ତିଆରୀ କରିବା l କିନ୍ତୁ ଆଧୁନିକ ବଜାରରେ ରଙ୍ଗିନ ଚିକ୍ ମିକ୍ ସାମଗ୍ରୀ ର ଚାହିଦା ବଢୁଥିବା ରୁ ପାରମ୍ପାରିକ ମାଟି ସାମଗ୍ରୀକୁ ଗରୁତ୍ବ ଦେଉ ନାହାନ୍ତି ଲୋକେ l ଆଉ ଯେଉଁ ସମୟରେ ମାଟି ପାତ୍ର ର ଖୋଜା ପଡେ ତେବେ ଲୋକେ ତାର ଶ୍ରଷ୍ଠାକୁ ମନେ ପକାନ୍ତି ନି l ଏମିତି କି ଶୃଷ୍ଟିର ବି ମୁଲ୍ଯାଙ୍କନ କରନ୍ତି ନି ଲୋକେ ଆଉ କେଇଟା ଟଙ୍କା ଦେଇ ସେହି ମାଟି ସାମଗ୍ରୀକୁ ନେଇ ଯାଆନ୍ତି l

ଅନ୍ଯପଟେ ମାଟି ଆରେଇଲେ ହଜାର ହଜାର ବର୍ଷ ର କୁମ୍ଭାର ଙ୍କ ଅଦ୍ଭୁତ କଳା ଆଉ ପାରମ୍ପାରିକ ମାଟି ସାମଗ୍ରି ର ଅବଶେଷ ଆଜିବି ମିଳେ l ଯାହା ଏବେ ଇତିହାସ ପଷ୍ଠାରେ ଉଲ୍ଲେଖ ହୋଇ ରହିଯାଇଛି l ହେଲେ ଏସବୁ ସତ୍ବେ ମଧ୍ଯ ଆଧୁନକତା ଆବିସ୍କୃତ ସାମଗ୍ରୀ ର ଚାପରେ ପଡି ଅନେକ କୁମ୍ଭାର ପରିବାର ନିଜର ପାରମ୍ପାରିକ କୌଳିକ ବୃତ୍ତିକୁ ଲୁପ୍ତ କରିବାରେ ଲାଗିଛନ୍ତି l ତେଣୁ ଜଦି ସରକାରୀ ସ୍ତରରେ କିଛି ସହାୟତା ମିଲି ପାରନ୍ତା ତାହେଲେ ଏଇ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ବୋଲି ମତ ପ୍ରକାଶ କରିଛନ୍ତି କୁମ୍ଭାର ପରିବାର l

Comments
Loading...