କାହାର ହେବ ଲାଞ୍ଜିଗଡ଼, ଲାଞ୍ଜିଗଡ଼କୁ ହାତେଇବା ପାଇଁ ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତ

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍):ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା। ଭୋଟର ବାଛିବେ ନିଜ ମନ ପସନ୍ଦର ଲୋକ ପ୍ରତିନିଧି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବିଧାନ ସଭା ଆସନରେ ଦେଖିବାକୁ ମିଳିବ କି ବଡ଼ ଫାଇଟ୍ । ତାହାରି ଉପରେ ରହିଛି ସମସ୍ତଙ୍କ ନଜର। ଭୋଟ ହାତେଇବା ପାଇଁ ଏବେ ଲୋକଙ୍କ ପାଖକୁ ସିଧା ସଳଖ ଯାଇ ଭୋଟ ଭିକ୍ଷା କରୁଛନ୍ତି ତିନି ପ୍ରମୁଖ ଦଳର ଆଶାୟୀ ପ୍ରାର୍ଥୀ। ଏଥର କାହାର ହେବ ଲାଞ୍ଜିଗଡ଼। ପୁଣି ବିଜେଡ଼ି ନା ବଦଳିବ ବାଜି। ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପରେ ଥରେ ବିଜୟ ମୁକୁଟ ପିନ୍ଧିଛି କଂଗ୍ରେସ ଓ ଦୁଇଥର ପିନ୍ଧିଛି ବିଜେଡ଼ି। ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ସରଗରମ ହୋଇଛି ପ୍ରଚାର ମୈଦାନ। ଭୋଟ ହାତେଇବାକୁ ଲୋକଙ୍କ ପାଖକୁ ସିଧା ସଳଖ ଯାଇ ଭୋଟ ଭିକ୍ଷା କରିଛନ୍ତି ତିନି ଦଳର ପ୍ରର୍ଥୀ। ସେପଟେ ବଳଭଦ୍ର ମାଝୀ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେବା ପରେ କଂଗ୍ରେସ ପୁଣି ଫେରିବା ନେଇଁ ମଧ୍ୟ ଜୋରଦାର ଚର୍ଚ୍ଚା ହେଉଛି। ବିଜେଡ଼ି ପ୍ରାର୍ଥୀ ପ୍ରଦୀପ ଦିଶାରୀ ବିଭିନ୍ନ ମୁଦ୍ଦା ନେଇଁ ଦମ ଦେଖାଉଥିବାବେଳେ ବିଜେପି ପ୍ରାର୍ଥୀ ରମେଶ ମାଝୀ ମଧ୍ୟ ଫୁଲ ଦମ୍ ରେ ପ୍ରସ୍ତୁତ କରିଛନ୍ତି ରଣନୀତି। ଏଭଳି ସବୁ ରାଜନୈତିକ ଦଳର ପ୍ରାର୍ଥୀ ନିଜ ପ୍ରଚାରକୁ ଜୋରଦାର କରିଥିବାବେଳେ ସ୍ୱାଧୀନ ପ୍ରାଥୀନି ଭାବେ ଫୁଲମେ ମାଝୀ ମଧ୍ୟ ନିଜ ସମର୍ଥକଙ୍କୁ ନେଇଁ ଜୋରଦାର କରିଛନ୍ତି ପ୍ରଚାର। ତେବେ ଏଥିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଫୁଲମେ ମାଝୀ କଣ୍ଟା ସାଜିବେ କି ବୋଲି ବେଶ ଚର୍ଚ୍ଚା ହେଉଛି।
କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ନିର୍ବାଚନ ମଣ୍ଡଳୀ ହେଉଛି ଲାଞ୍ଜିଗଡ଼। ଆଉ ଏହା ହେଉଛି ଦୁର୍ଗମ ଅଞ୍ଚଳ। ବଣପାହାଡ଼ ଘେରା ଏହି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୧୨ହଜାର ୬ଶହ ୬୬ ରହିଥିବାବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ହେଉଛି ୧ଲକ୍ଷ ୪ହଜାର ୭ଶହ ୭୦ଏବଂ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି ୧ଲକ୍ଷ ୭ହଜାର ୮ଶହ ୯୬। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ, ଥୁଆମୂଳରାମପୁର ବ୍ଲକ, ଜୟପାଟଣା ବ୍ଲକର ୧୬ଟି ଗ୍ରାମ ପଞ୍ଚାୟତ ଓ ଭବାନୀପାଟଣା ବ୍ଲକର ୮ଟି ଗ୍ରାମପଞ୍ଚାୟତ କୁ ନେଇଁ ଏହି ନିର୍ବାଚନ ମଣ୍ଡଳୀ ଗଠିତ। ନିର୍ବାଚନରେ ଏହି ଭୋଟର ମାନେ ହିଁ ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବେ। ୨୦୧୯ ନିର୍ବାଚନରେ ପ୍ରମୁଖ ତିନି ଦଳ ପ୍ରାର୍ଥୀ ଚୟନରେ ପରିବର୍ତନ କରିଥିଲେ। କଂଗ୍ରେସରୁ ଶିବାଜୀ ମାଝୀ, ବିଜେପିରୁ ରମେଶ ଚନ୍ଦ୍ର ମାଝୀ ଓ ବିଜେଡ଼ିରୁ ପ୍ରଦୀପ ଦିଶାରୀ ପ୍ରାର୍ଥୀ ହୋଇଥିଲେ। ୨୦୧୯ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇ ୬୨ ହଜାର ୪୧୩ ଭୋଟ ପାଇ ବିଜୟ ଲାଭ କରିଥିଲେ ପ୍ରଦୀପ ଦିଶାରୀ। ଏବେ ପୁଣି ଥରେ ଲାଞ୍ଜିଗଡ଼କୁ ନିଜ ଅକ୍ତିଆରକୁ ଆଣିବା ପାଇଁ ବିଜେଡ଼ି ଅଣ୍ଟା ଭିଡ଼ି ଥିବାବେଳେ କଂଗ୍ରେସ ଓ ବିଜେପିରୁ ମଧ୍ୟ ଚଳାଇଛନ୍ତି ଜୋରଦାର ପ୍ରସ୍ତୁତି। ଚଳିତ ନିର୍ବାଚନରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢ଼େଇର ଜୋରଦାର ଥିବାନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏଥର ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜନତା ଜନାର୍ଦନ କାହା ମୁଣ୍ଡରେ ସୁନା କଳସ ଢାଲୁଛନ୍ତି ଏବଂ କିଏ ହାତଉଛି ଲାଞ୍ଜିଗଡ଼ ତାହା ସମୟ କହିବ।

ରିପୋର୍ଟ- ମଳୟ ବେନୁଆଁ.

Comments
Loading...