ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତା ଚୟନ

କଳାହାଣ୍ଡି (କୋଶଲ ନ୍ୟୁଜ୍) ଗତକାଲି କଳାହାଣ୍ଡି ଜିଲ୍ଲା ର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହେଇଥିଲା ଉକ୍ତ ସଭା ରେ ସଂଗଠନ ର ବ୍ଲକ କାର୍ଯ୍ୟକର୍ତ୍ତା ଙ୍କୁ ଜିଲ୍ଲା ଟିମ ସହିତ ସାମିଲ କରାଯାଇଥିଲା, ସେଥି ମଧ୍ୟରୁ ମହେଶ୍ୱର ସୁନାନୀ ଜିଲ୍ଲା ଉପସଭାପତି ରୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଏବଂ ଜିଲ୍ଲା ଉପସଭାପତି ଭାବେ ଅଙ୍କିତ ଅଗ୍ରୱାଲ ଏବଂ ଜିଲ୍ଲା ସମ୍ପାଦକ ଡମ୍ବରୁଧର ସାହୁ, ଜିଲ୍ଲା ସହସମ୍ପାଦିକା ସୁନିତା ବାଗ, ଜିଲ୍ଲା କୋଷାଧକ୍ଷ ମୃତୁଞ୍ଜୟ ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କୁପନେଶ୍ୱର ବେମାଲ, ଜିଲ୍ଲା ସଂଯୋଜକ ସନତ କୁମାର ସାହୁ ଙ୍କୁ ଚୟନ କରାଯାଇଥିଲା, ଉକ୍ତ ବୈଠକ କୁ ସଂଗଠନ ର ପ୍ରତିଷ୍ଠାତା ପ୍ରମୋଦ ସାହୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲଡ ବ୍ୟାଙ୍କ ଇନ୍-ଚାର୍ଜ ଜୟନ୍ତୀ ନାୟକ, ମୁଖ୍ୟ ବକ୍ତା ସୁବ୍ରତ ବେହେରା (କାଉନସିଲର ଅଫ୍ ୟୁଥ୍ ରେଡ୍ କ୍ରସ୍ ସୋସାଇଟି),ସମ୍ମାନିତ ଅତିଥି ଭାବେ ମୋହିତ ମିଶ୍ର (ବିଶ୍ୱ ପଶ୍ଚିମ ଓଡିଶାର ସଚିବ ତଥା ସହ ପ୍ରତିଷ୍ଠାତା), ଦୀପକ ରଂଜନ ସାହୁ(ସାମାଜିକ କାର୍ଯ୍ୟକର୍ତ୍ତା, ଅଙ୍ଗ ଦାତା, ନାନୋ ୟୁନିକର୍ଣ୍ଣ ପ୍ରକଳ୍ପର ପରାମର୍ଶଦାତା, ଓଡିଶା ସରକାର), ସିବରାମ ନାୟକ (ସ୍ବାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ପ୍ରଧାନ ଶିକ୍ଷକ) ଓ ଅତିଥି ସୁଖିନ୍ଦର ସିଂ , ଅଜିତ୍ ନାଏକ, ସନ୍ତୋଷ କୁମାର ସିଂହ ଦେଓ, ଅମିତ ବିଶ୍ଵାଳ, ଡ଼ଃ ଅମରେଶ ଚନ୍ଦ୍ର ଦୋରା, ପ୍ରମୁଖ ଉପସ୍ଥିତ ଥିଲେ।

Comments
Loading...