ନିଆଁ ଲାଗି ଦଗ୍ଧ ହେଲେ ଯୁବତୀ

କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ର ଖପରାମାଳରେ ଜଣେ ଝିଅର ଶରୀରରେ ନିଆଁ ଲାଗିଥିବାରୁ ପୁରା ଶରୀର ଜଳି ଯାଇ ଝିଅ ର ମୃତ୍ୟୁ ହୋଇଛି ଓ ଘର ମଧ୍ୟ କିଛି ଅଂଶ ପୋଡି ଯାଇଛି ମୃତ୍ୟୁ ର କାରଣ ଅସ୍ପଷ୍ଟ ବୋଲି ଜଣାପଡିଛି l
ମୃତ ଝିଅ ଜଣକ ହେଲେ ଖପରାମାଲ ର କାମେଶ୍ୱର କନ୍ଦପାନ ଙ୍କ ଝିଅ ଟ୍ୱିଙ୍କଳ କନ୍ଦପାନ l ସେ ଭୋର ସକାଲୁ ଉଠି ଘର କାମ କରିଥିଲେ ପରେ ହଠାତ ତାଙ୍କ ଦେହରେ ନିଆଁ ଲାଗିଯିବା ଫଳରେ ଦେହ ସବୁ ଜଳି ଯାଇ ମୃତ୍ୟୁ ବରଣ କରିଥିଲେ l ଘଟଣା ସ୍ଥଳରେ କୁସୁମଖୁଣ୍ଟି R. I ପହଁଛି ଘରକୁ ତଦାରଖ କରିଥିବା ବେଳେ କୋକସରା ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି l

Comments
Loading...