ଯୁବ ରେଡକ୍ରସ ଶାଖା ତରଫରୁ ବନମହୋତ୍ସବ ପାଳିତ

କଳାହାଣ୍ଡି (କୋଶଲ ନ୍ୟୁଜ) ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ, ବେହେରା ଯୁବରଡକ୍ରସ ଶାଖା ତରଫରୁ ବନମହୋତ୍ସବ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ମାର୍ଗଦର୍ଶନରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ବର୍ଗତ ଗଣେଶ ରାମ ନିଆଲଙ୍କ ସ୍ମୃତିରେ ଏକ ନିମ୍ବବୃକ୍ଷ ଅଧ୍ୟକ୍ଷ ଲଗାଇଥିଲେ।ଏହା ବିତ୍ୟତି ମହାବିଦ୍ୟାଳୟର କର୍ମଚାରୀ ଓ ଯୁବରଡକ୍ରସ ସ୍ବେଚ୍ଛାସେବୀମାନେ ନିଜ ନିଜ ନାମରେ ବିଭିନ୍ନ ଗଛ ଲଗାଇଥିଲେ।ମହାବିଦ୍ୟାଳୟ ପାର୍ଶ୍ୱସ୍ତ ରାସ୍ତା କଡରେ ଏକ ବଟ ବୃକ୍ଷ ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ରଂଜନ କୁମାର ପଣ୍ଡା,ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ,ସୁରେନ୍ଦ୍ର କୁମାର ସାହୁ,ଫକିର ଚଣ୍ଡି ସାମିଲ ହୋଇଥିଲେ।ଯୁବରଡକ୍ରସ ପରାମର୍ଶଦାତା ମୋହନ ଚରଣ ବିଷି କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ସ୍ବେଚ୍ଛାସେବୀ ନିତେଶ,ଭବାନୀ,ନଳୀନୀ, ନିଳେନ୍ଦ୍ରି, ଲଛମିତା,ଅକ୍ଷୟ, ଠାକୁର, ପ୍ରଶାନ୍ତ,ସୋଲୋମନ,ମାନସ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ।ସାନୁର୍ଯ୍ୟ ଓ ମହାବୀର ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ।

Comments
Loading...