ୟ୍ଯୁଟୁବ୍ ପାଠ ପଢା ପାଇଁ ପିଲାଏ ଚଢୁଛନ୍ତି ବଣ ପାହାଡ

କଳାହାଣ୍ଡି (କୋଶଲ ନ୍ୟୁଜ୍) କରୋନା ମହାମାରୀ ଯୋଗୁଁ ବର୍ଷେ ହେବ ସ୍କୁଲ କଲେଜ ଗୁଡିକ ବନ୍ଦ୍ ରହିଛି । ଏଣୁ ପିଲାଙ୍କ ଶିକ୍ଷାଦାନ ରେ ଯେମିତ କି କୌଣଷି ବାଧା ସୃଷ୍ଟି ନହେବ ସେଥିପାଇଁ ଶିକ୍ଷା ବିଭାଗ ଦ୍ବାରା ଅନଲାଇନ୍ ରେ ଶିକ୍ଷା ଦେବା ଆରମ୍ଭ କରାଯାଇଛି । କିନ୍ତୁ ଏହି ଅନଲାଇନ୍ ଶିକ୍ଷା ହୁଏତ ସହରାଞ୍ଚଳ ବା ନେଟୱାର୍କ ଥିବା ସ୍ଥାନରେ ରହୁଥିବା ଛାତ୍ର ଛାତ୍ରୀଙ୍କ ପାଠ ପଢିବା ପାଇଁ ସମ୍ଭବ ପର ହୋଇପାରେ କିନ୍ତୁ ବିଡମ୍ବନା ର ବିଷୟ ସ୍ବାଧିନତାର ଦିର୍ଘ ବର୍ଷ ବିତି ଯାଇଥିଲେ ମଧ୍ଯ ଆଜି ବି ଅନେକ ଉପାନ୍ତ ଇଲାକା ଓ ଅନେକ ଗ୍ରାମାଞ୍ଚଳ ରେ ବିଦ୍ଯୁତ ସେବା ,ରାସ୍ତା ଘାଟ,ମୋବାଇଲ୍ ନେଟୱାର୍କ ନଥିବାରୁ ଅନେକ ଅସୁବିଧା ର ସମ୍ମୁଖିନ ହେଉଛନ୍ତି ଛାତ୍ର ଛାତ୍ରୀ । ତେବେ ଏଭଳି ସ୍ଥିତିରେ ବିଶେଷ ଭାବେ ଉପାନ୍ତ ଅଞ୍ଚଳରେ ଥିବା ଅଧ୍ଯୟରତ ଛାତ୍ର ଛାତ୍ରୀମାନେ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏମିତି କି ପାଖ ଗାଁ ମାନଙ୍କରେ ନେଟୱାର୍କ ର ବ୍ଯବସ୍ଥା ରହିଥିଲେ ମଧ୍ଯ ନେଟୱାର୍କ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି ଅନେକ ଛାତ୍ର ଛାତ୍ରୀ । ଯାହା ଦ୍ବାରା ମିଟର୍ ମିଟର୍ ଜଙ୍ଗଳ ପାହାଡ ଚଢି କିଏ ପଥର ଉପରେ ଅନଲାଇନ୍ ଶିକ୍ଷା କରିବାରେ ଲାଗିଛନ୍ତି ତ ଆଉ ପୁଣି କିଏ ଗଛକୁ ଚଢି ନେଟୱାର୍କ ଖୋଜି ୟ୍ଯୁଟୁବ୍ ମାଧ୍ଯମରେ ଶିକ୍ଷା ଆହରଣ କରୁଛନ୍ତି । କିନ୍ତୁ ସବୁଠାରୁ ପରିତାପ ର ବିଷୟ ପାଳଟିଛି ଏଣ୍ଡ୍ରୋଏଡ୍ ମୋବାଇଲ । ଯାହା ଏବେ ନିମ୍ନ ଦଳିତ ଏବଂ ଉପାନ୍ତ ଇଲାକା ରେ ରହୁଥିବା ଛାତ୍ର ଛାତ୍ର ଙ୍କ ପାଇଁ ସ୍ବପ୍ନ ହୋଇ ରହି ଯାଉଛି । ଏମିତି କି ସମ୍ବଳ ରହିଥିବା ଲୋକଙ୍କ ପାଖରେ ଏଣ୍ଡ୍ରୋଏଡ୍ ମୋବାଇଲ୍ କିଣିବା ସମ୍ଭବ ରହିଥିବା ବେଳେ ଉପାନ୍ତ ଇଲାକାରେ ପ୍ରାୟ ନିମ୍ନ ଓ ଦଳିତ ପରିବାର ରହୁଥିବା ଲୋକଙ୍କ ପାଇଁ ମୋବାଇଲ୍ କିଣିବା ତ ଦୂର ର କଥା ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ମଧ୍ଯ ସମ୍ଭବ ହେଉନାହିଁ। କିନ୍ତୁ ତଥାପି ବି ଦୃଢ ମନୋବଳ ଏବଂ ଇଚ୍ଛା ଶକ୍ତି ଯୋଗୁଁ ଭଙ୍ଗା ଦଦରା ମୋବାଇଲ୍ ରେ ଅନଲାଇନ୍ ଶିକ୍ଷାଦାନ କରୁଛନ୍ତି ଛାତ୍ର ଛାତ୍ରୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଉପାନ୍ତ ବା ମାଓ ପ୍ରବଣ ଅଞ୍ଚଳ ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ରେ ଥିବା ଉର୍ଲାଦାନି, ଡୁଡୁକା ରଞ୍ଜା, ବାରବନ୍ଧା, ଦେଢ଼ଶୁଲି ଓ ଲୁବେନଗଡ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗାଁ ରେ । ଏହି ଅଞ୍ଚଳ ଟି ବିଶେଷ ଭାବେ ବଣ ପାହାଡ ଘେରା ଓ ମାଓ ପ୍ରବଣ ଅଞ୍ଚଳରେ ଭାବେ ଜଣାସୁଣା ରହିଛି । ଏବଂ ଏହି ଅଞ୍ଚଳ ରେ ମୁଖ୍ୟତଃ ହିଂସ୍ର ଜୀବଜନ୍ତୁ ବିପୁଳ ପରିମାଣ ରେ ବସବାସ କରୁଥିବା ବେଳେ କେତେ ବେଳେ ଯେ କୌଣଷି ଘଟଣା ନ ଘଟିବ ତାହା କହି ହେବନି । ଏଣି ନିଜକୁ ସୁରକ୍ଷିତ ମଣୁ ନାଁହାନ୍ତି ଛାତ୍ର ଛାତ୍ରୀ । କିନ୍ତୁ ତଥାପି ନିଜ ଜିବନ କୁ ବାଜି ଲଗେଇ ଶିକ୍ଷା ଏକ ଜିବନ ର କେନ୍ଦ୍ର ବିନ୍ଦୁ ବୋଲି ବୁଝି ପାରିଛନ୍ତି ଏହି ଅଞ୍ଚଳ ର ଶିକ୍ଷାରତ ଛାତ୍ର ଛାତ୍ରୀ ମାନେ। ଆଉ ନିଜେ କିଭଳି ପାଠ ପଢି ଉଚ୍ଚ ଶିକ୍ଷାଦାନ କରି ଆଗେଇବେ ସେଥିପାଇଁ ଅନଲାଇନ୍ ୟ୍ଯୁଟୁବ୍ ମାଧ୍ଯମରେ ଶିକ୍ଷାଦାନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଅନ୍ଯପଟେ ବର୍ଷା ଋତୁ ର ଆଗମନ ହେତୁ ଝଡ଼ ବର୍ଷା ରେ ବିଦ୍ୟୁତ୍ ସେବା ବ୍ୟାଘାତ ହେଉଛି । ଯାହା ଫଳରେ ମୋବାଇଲ୍ ରେ ଚାର୍ଜ ସମସ୍ୟା ଉପୁଜୁଛି ବୋଲି କହିଛନ୍ତି ଅନେକ ଛାତ୍ରଛାତ୍ରୀ । ଅପର ପକ୍ଷେ ବର୍ଷା କାରଣ ରୁ ଅନଲାଇନ୍ କ୍ଲାସ୍ କରିବା ସମ୍ଭବପର ହେଉନଥିବା ବେଳେ ଶିକ୍ଷା ଜିବନ ର କେନ୍ଦ୍ର ବିନ୍ଦୁ ର ମେରୁଦଣ୍ଡ ରେ ପ୍ରହାର ହେଉଥିବା ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି । ଯାହା ଏବେ ବଣ ପାହାଡିଆ ଅଞ୍ଚଳ ର ପିଲାଙ୍କ ପାଇଁ ଆଉ ଏକ ସମସ୍ୟା ଯୋଡ଼ି ହୋଇଯାଇଛି। ଏଣୁ ସରକାର୍ ଏଥିପ୍ରତି ଦୃଷ୍ଟି ଦେଇ କିଛି ସୁବିଚାର କରି ବିକଳ୍ପ ବ୍ୟବସ୍ତା କଲେ ହୁଏତ ପିଲାମାନେ ଉପକୃତ ହୋଇପାରନ୍ତେ ବୋଲି ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ ଓ ଛାତ୍ର ଛାତ୍ରୀ ।

Comments
Loading...