କୋଇଡା ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ

କୋଇଡା: ଆଜି ଅପରାହ୍ନ କୋଇଡା ବ୍ଲକ୍ କାର୍ଯ୍ୟାଳୟ ପରିସର ଠାରୁ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅବସରରେ କୋଇଡା ବ୍ଲକ୍ ବିଡିଓ ରଶ୍ମି ରେଖା ପାତ୍ର, କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ନାଏକ, କୋଇଡା ପଞ୍ଚାୟତ ସରପଞ୍ଚ ହୃଷିକେଶ ଦେହୁରୀ, ପୁର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଦିବାକର ନାଏକ, ଅବିନାଶ ସୁମନ ବାଗେ, କରୁଣାକର ପାତ୍ର , ଟିଟୁନ ଦାଶ , ଜନ୍ ଡୁଙ୍ଗଡୁଙ୍ଗ ପ୍ରମୁଖ ସବୁଜ ପତାକା ଦେଖାଇ ବସ୍ ର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କୋଇଡା ବ୍ଲକ୍ କୁ ଦୁଇ ଗୋଟି ବସ୍ ଶୁଭାରମ୍ଭ ହେବା ସହ ରୁଟ୍ ଚାଟ୍ ପ୍ରଦାନ କରାଯାଇଛି । ଏ ବସ୍ ସେବା ଦ୍ୱାରା ବିଭିନ୍ନ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ପଞ୍ଚାୟତବାସୀ ସୁଲଭ ମୁଲ୍ୟରେ ବ୍ଲକ୍ ମୁଖ୍ୟାଳୟ ପହଞ୍ଚି ପାରିବେ ବୋଲି ବିଡିଓ ରଶ୍ମି ରେଖା ପାତ୍ର ପ୍ରକାଶ କରିଥିଲେ ।

Comments
Loading...